କିଶୋର କୁମାରଙ୍କ ବାୟୋପିକ୍‌ରେ ରଣବୀର

0
491
abc
abc

ବଲିଉଡର ହ୍ୟାଣ୍ଡସମ ଅଭିନେତା ରଣବୀର କପୁର ଏବେ ଚର୍ଚ୍ଚାରେ । ଦିବଂଗତ ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କ ବାୟୋପିକ୍‌ରେ ନଜରକୁ ଆସୁଛନ୍ତି ରଣବୀର । ୨୦୧୮ ମସିହାରେ ଏହି ବାୟୋପିକ୍ ହେବ ବୋଲି ଚର୍ଚ୍ଚା ହୋଇଥିଲା । ହେଲେ କିଛି କାରଣ ଯୋଗୁଁ ଏହି ଫିଲ୍ମଟି ଆଗକୁ ବଢ଼ିପାରି ନଥିଲା । ତେବେ ଅନୁରାଗଙ୍କ ସୂଚନାନୂସାରେ ଏହି ବାୟୋପିକ୍ ଟି ନିହାତି ତିଆରି କରିବେ ଏବଂ ଏଥିପାଇଁ ରଣବୀରଙ୍କୁ ହିଁ ବାଛିଛନ୍ତି । ତେବେ ଏହି ଫିଲ୍ମର ନିର୍ମର୍ର୍ାଣ ସମୟ ରଣବୀରଙ୍କ ଟାଇମ୍‌ଟେବଲ୍ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି । ଏବେ ରଣବୀର ବ୍ରହ୍ମାସ୍ତ୍ର ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଶେଷଥର ପାଇଁ ଅନୁରାଗ ବସୁଙ୍କ ସହିତ ଫିଲ୍ମ ବର୍ଫିରେ କାମ କରିଥିଲେ । ଅନ୍ୟପଟେ ଅନୁରାଗ ଏବେ ତାଙ୍କ ଫିଲ୍ମ ଲୁଡୋର ଶୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here