ଜାଣିଛନ୍ତି କି ମହାଶିବରାତ୍ରୀରେ କାଶୀ ବିଶ୍ୱନାଥଙ୍କୁ କେଉଁ ଭୋଗ ଲାଗି ହୋଇଥାଏ ?

0
131
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଆସନ୍ତାକାଲି ସାରା ଭାରତ ବର୍ଷରେ ପାଳିତ ହେବ ମହାଶିବରାତ୍ରୀ । ଭଗବାନ ଶିବ ଓ ମା ପାର୍ବତୀଙ୍କ ପାଇଁ ବଡ ରାତ୍ରୀ ହୋଇଥିବାରୁ ଏହି ପର୍ବକୁ ମହାଶିବ ରାତ୍ରୀ କୁହାଯାଇଥାଏ । ଶିବରାତ୍ରୀରେ ଦେଶରେ ବିଭିନ୍ନ କୋଣ ଅନୁକୋଣରେ ଭିନ୍ନ ଭିନ୍ନ ଶୈଳୀରେ ପାଳନ କରାଯାଇଥାଏ । ସେହିଭଳି କାଶୀ ସହରରେ ମହା ଶିବରାତ୍ରୀ ଗୋଟିଏ ଦିନ ପୂର୍ବରୁ ହିଁ ଅନୁଭବ ହୋଇଥାଏ । ସେହି ପରି ବାରଣାସୀରେ ବହୁ ମନ୍ଦିରରେ ଭଗବାନ ଶିବଙ୍କୁ ଭାଙ୍ଗରେ ପସ୍ତୁତ ଭୋଗ ଅର୍ପଣ କରାଯାଇଥାଏ । ବାବା ବିଶ୍ୱନାଥଙ୍କ ମନ୍ଦିରରେ ଭକ୍ତ ମାନଙ୍କୁ ଭାଙ୍ଗ ପ୍ରସାଦ ଦିଆଯାଇଥାଏ । ଏହି ଦିନ ସହରର ଦୋକାନ ବଜାରରେ ଭାଙ୍ଗ ମିଳିଥାଏ । କାଶୀ ବିଶ୍ୱନାଥ ମନ୍ଦିରରେ ଏକ ସ୍ୱତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥାଏ ଯେଉଁଥିରେ ଭାଙ୍ଗ ମିଶାଯାଇଥାଏ । ତେବେ ପୂରାତନ ଭାରତରେ ଭାଙ୍ଗକୁ ବିଜୟର ପ୍ରତୀକ ବୋଲି ମଧ୍ୟ ଗ୍ରହଣ କରାଯାଉଥିଲା । ସେଥିପାଇଁ ଆବାହନ କାଳରୁ ଭଗବାନ ଶିବଙ୍କୁ ଭାଙ୍ଗ ଭୋଗ ଭାବେ ଲାଗି ହୋଇଥାଏ ।

LEAVE A REPLY

Please enter your comment!
Please enter your name here