କସୌଟିରେ ନୂଆ ଟ୍ୱିଷ୍ଟ… ଭିନ୍ନ ରୂପରେ ହିରୋ

0
451
BBM
BBM

ଆଚିଭରର୍ସ ନ୍ୟୁଜ୍‌: ‘କସୌଟି ଜିନ୍ଦେଗୀ କୀ’ରେ ଟ୍ୱିଷ୍ଟ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା? ହଁ ଆଜ୍ଞ କଥା ଟି ସତ । ଏକତା କପୁରଙ୍କ ଲୋକପ୍ରିୟ ସିରିୟଲ ‘କସୌଟି ଜିନ୍ଦେଗୀ କୀ’ରେ ଏକ ନୂଆ ପ୍ରମୋରୁ ଏମିତି କିଛି ଜଣାପଡିଛି । ଏବେ ଅନୁରାଗ ଓ ପ୍ରେରଣାଙ୍କର ପ୍ରେମ କାହାଣୀରେ ପ୍ରତାରଣାର ରଙ୍ଗ ଦେଖିବାକୁ ମିଳିଛି । ସିରିୟଲର ହିରୋ ଖଳନାୟକ ପାଲଟି ଯାଇଛନ୍ତି । ପ୍ରମୋରେ ଅନୁରାଗ କହିଛନ୍ତି କି ଏହା ହିଁ ସତ ଭଲ ପାଇବା । ଆମେ ଅଲଗା ହେଲୁ ହେଲେ ଭାଗ୍ୟ ଆମକୁ ପୁଣିଥରେ ଏକାଠି କରିଦେଲା । ପରେ ଅନୁରାଗ ପ୍ରେରଣାଙ୍କୁ ପଚାରୁଛନ୍ତି କି ତୁମେ ମୋତେ କେତେ ଭଲ ପାଅ । ଏହାର ଉତରରେ ପ୍ରେରଣା କହୁଛନ୍ତି କି ମୁଁ ବହୁତ ଭଲ ପାଏ । ଏହାପରେ ଅନୁରାଗ କହିଲେ ମୋ ପାଇଁ ମରି ପାରିବ? ଏହା ପରେ ପ୍ରେରଣା କିଛି ବୁଝିବା ପୂର୍ବରୁ ଅନୁରାଗ ତାଙ୍କୁ ଛାତରୁ ଧକ୍କା ମାରିଦେଉଛନ୍ତି । ଏହି ପ୍ରମୋଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସୂଚନାନୂସାରେ ପ୍ରଯୋଜକ ଶୋରେ ଏକ ଲିପ୍ ପରିୟଡ୍ ଆଣିବାକୁ ଯୋଜନା କରୁଛନ୍ତି । ଏହା ସହ ଶୋରେ କିଛି ନୂଆ ଓ ପୁରୁଣା କଳାକାରଙ୍କର ମଧ୍ୟ ଏଂଟ୍ରି ହୋଇପାରେ ବୋଲି ମଧ୍ୟ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here