ଭୟଙ୍କର ହେଉଛି କରୋନା ସ୍ଥିତି,ଇଟାଲୀରେ ୧୦୭ ମୃତ

0
363
bbm
bbm

ଆଚିଭରର୍ସ ନ୍ୟୁଜ୍‌: ସାରା ବିଶ୍ୱରେ ଭୟଙ୍କର ହେଉଛି କରୋନା ସ୍ଥିତି । ଇଟାଲୀରେ କରୋନା ଭାଇରସ୍ ଲାଗି୧୦୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ହଜାର ୮୯ଜଣ ସଂକ୍ରମିତ ଥିବା ଜଣାପଡିଛି । ଚୀନରେ ସର୍ବାଧିକ ୨,୯୮୧ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି । ଇଟାଲୀରେ ସ୍ଥିତି ସଙ୍ଘାତିକ ହେବାରେ ଲାଗିଛି । ତେଣୁ ଦେଶର ସ୍କୁଲ ଓ କଲେଜକୁ କିଛି ଦିନ ପାଇଁ ବନ୍ଦ କରାଯାଇଛି । କୋଭିଡ୍ ଇଟାଲୀରେ ଗତ ୨୪ଘଂଟା ମଧ୍ୟରେ ୧୯ଜଣଙ୍କର ଜୀବନ ଯାଇଥିବା ଜଣାପଡିଛି । ସେମିତି ଦକ୍ଷିଣ କୋରିଆରେ ମଧ୍ୟ କରୋନା ମୃତ୍ୟୁ ସଂଖ୍ୟା ୩୫, ଆମେରିକାରେ ୧୧, ଡାଇମଣ୍ଡ ପ୍ରିନ୍ସସେସ୍ ଓ ଜାପାନରେ୬୬, ଫ୍ରାନ୍ସରେ ୪ଜଣ ଓ ସ୍ପେନ, ହଙ୍ଗକଙ୍ଗ, ଅଷ୍ଟ୍ରେଲିଆ,ଓ ଇରାକରେ ୨ଜଣ ଲେଖାଏଁ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here