ବିଶ୍ୱକୁ ଘାରୁଛି କରୋନା ଚିନ୍ତା, ବିଶ୍ୱର ସେୟାର ବଜାର ମଧ୍ୟ ପ୍ରଭାବିତ

0
272
BBM
BBM

ଆଚିଭରର୍ସ ନ୍ୟୁଜ୍‌: ବିଶ୍ୱକୁ ଘାରୁଛି କରୋନା ଚିନ୍ତା । ଏପର୍ଯ୍ୟନ୍ତ ଭାଇରସ୍‌ରେ ୨ହଜାର ୮୫୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଦେଶକୁ ଏହା ଗ୍ରାସ କରିବାରେ ବସିଲାଣି । ଆମେ ଏବେ ଗ୍ଲୋବାଲ ସ୍ତରରେ କରୋନା ଭାଇରସ୍ ପ୍ରଚାର ଓ ଓ ପ୍ରଭାବକୁ ଉଚ୍ଚ ଶ୍ରେଣୀରେ ରଖିଛୁ ଏବଂ ଜର୍ମାନୀର ସବୁଠାରୁ ଜନବହୁଳ ରାଜ୍ୟ ନର୍ଥ ରାଇଡେ ଭେଷ୍ଟଫେଲିଆରେ କରୋନା ଭାଇରସ୍‌ରେ ୫୦ଜଣଙ୍କର ମୃତ୍ୟୁ ହୋଇଛି । ହଜାରେ ଲୋକଙ୍କ ନିକଟରେ ସଂକ୍ରମଣ ଥିବା ସନ୍ଦେହରେ ସେମାନଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନରେ ରଖାଯାଇଛି । ଥିବା ବିଶ୍ୱ ସ୍ୱାସ୍ଥ୍ୟ ସହଗଠନର ମୁଖ୍ୟ ସୂଚନା ଦେଇଛନ୍ତି । ସେପଟେ କରୋନା ଯୋଗୁଁ ବିଶ୍ୱର ସେୟାର ବଜାରକୁ ମଧ୍ୟ ବେଶ୍ ପ୍ରଭାବିତ କରିଛି । ଡାଉନ ଜୋନ୍ସରେ ଶୁକ୍ରବାର ଦେଖାଯାଇଛି । ଏଥିରେ ୧୨୦୦ ସୂଚକାଙ୍କ ଐତିହାସିକ ହ୍ରାସ ପାଇଛି । ବିଦେଶୀ ବଜାରରେ ଏନେଇ ସଙ୍କଟ ସୃଷ୍ଟି ହେଲାଣି । ସେହିପରି ନ୍ୟାସଡେକରେ ୪୦୦ଅଙ୍କ ହ୍ରାସ ପାଇଛି ।

LEAVE A REPLY

Please enter your comment!
Please enter your name here