କରୋନା ଯୋଗୁଁ ଇଟାଲୀରେ ଫସିଛନ୍ତି ୮୫ଜଣ, ସ୍ୱଦେଶ ଫେରିବାକୁ ସରକାରଙ୍କୁ ମାଗିଲେ ସାହାଯ୍ୟ…

0
172
bbm
bbm

ଆଚିଭରର୍ସ ନ୍ୟୁଜ୍‌: ସାରା ବିଶ୍ୱରେ ମାତିଛି କରୋନା । ଏବେ ଇଟାଲିରେ ବି କରୋନା ଆତଙ୍କ ଦେଖାଯାଉଥିବାବେଳେ ଭାରତର ୮୫ଜଣ ଛାତ୍ର ଉତର ପାଭିୟାରେ ଫସିଥିବା ଜଣାପଡିଛି । ସେମାନେ ସ୍ୱଦେଶକୁ ଫେରିବା ପାଇଁ ଭାରତ ସରକାରଙ୍କ ପାଖରୁ ସାହାଯ୍ୟ ମାଗିଛନ୍ତି । ଏବେ ପର୍ଯ୍ୟନ୍ତ କରୋନା ଭାଇରସ୍‌ରେ ୧୭ଜଣଙ୍କର ମୃତ୍ୟୁ ହେଲାଣି । କରୋନା ଭାଇରସ୍ ଯୋଗୁଁ ଇଟାଲିରେ ବିମାନ ଗୁଡିକୁ ବାତିଲ କରିଦିଆଯାଇଛି । ଯେଉଁ ଭାରତୀୟ ଛାତ୍ର ମାନେ ସ୍ୱଦେଶକୁ ଫେରିବା ପାଇଁ ଟିକେଟ୍ କରିଥିଲେ ତାହା ରଦ୍ଦ ହୋଇଯାଇଛି । ସୂଚନାନୂସାରେ ଇଟାଲୀରେ ଫସିଥିବା ଛାତ୍ର ମାନଙ୍କ ମଧ୍ୟରେ ୨୫ଜଣ ତେଲେଙ୍ଗାନା, ୨୦ଜଣ କର୍ଣ୍ଣାଟକ, ୧୫ଜଣ ତାମିଲନାଡୁ, ୪ଜଣ କେରଳ, ୨ଜଣ ଦିଲ୍ଲୀରୁ ଏବଂ ରାଜସ୍ଥାନ, ଗୁରୁଗ୍ରାମ ଓ ଡେରାଡୁନରୁ ଜଣେ ଲେଖାଏଁ ଛାତ୍ର ଅଛନ୍ତି । ଏହି ୮୫ଜଣଙ୍କ ମଧ୍ୟରୁ ୬୫ଜଣ ଇଞ୍ଜିନିୟରିଂ ଛାତ୍ର ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here