ଟ୍ରୋଲ କରୋନା…

0
285
BBM
BBM

ଆଚିଭରର୍ସ ନ୍ୟୁଜ୍‌: କୋରାନା ଭାଇରସ୍ ସମସ୍ତଙ୍କ ଆଖିରୁ ନିଦ ହଜାଇଲାଣି । ହେଲେ ଏବେ ଗୋଟିଏ ମଜାଦାର ଖବର ସାମ୍ନାକୁ ଆସିଛି । କରୋନା ଭାଇରସକୁ ନେଇ ଏକ ଭୋଜପୁରୀ ମ୍ୟୁଜିକ୍ ତିଆରି କରାଯାଇଛି । ଆପଣମାନେ ତ ଜାଣିଥିବେ । ଭୋଜପୁରୀ ଗୀତର ଲୋକପ୍ରିୟତା କାହିଁରେ କେତେ । ତେବେ ଏହି କରୋନା ଭାଇରସ୍ ଉପରେ ହୋଇଥିବା ଗୀତଟି ରାତିରାତି ଭାଇରାଲ ହୋଇଥିବାବେଳେ କିଛି ସ୍ଥାନରେ ଟ୍ରୋଲ ମଧ୍ୟ ହେଉଛି । ରିତେଶ ପାଣ୍ଡେ ଓ ସ୍ନେହା ଉପାଧ୍ୟୟଙ୍କର ଅଭିନୀତ ଏହି ଭାଇରାଲ ଗୀତର ନାଁ ରହିଛି ‘ହେଲୋ କୌନ’ । ଗୀତରେ ପ୍ରେମିକ ଓ ପ୍ରେମିକା ଫୋନରେ କଥା ହେଉଥିବା ଦେଖିବାକୁ ମିଳିଛି । ଭିଡିଓରେ ଚୀନ ହସ୍ପିଟାଲର କିଛି କ୍ଲିପ୍ ଓ ଅନ୍ୟ ଗୀତର ରେକର୍ଡିଂ ରହିଛି । ଗୀତର ରିଲିକ୍ସ ବହୁତ ଖରାପ ରହିଛି । ଗୀତରେ ଏମିତି ହୋଇଛି କି ପ୍ରେମିକ ପ୍ରେମିକା ଦେଖା କରିବାକୁ କହୁଛି ହେଲେ ପ୍ରେମିକା ଚୀନରୁ କରୋନା ଭାଇରସ୍ ଆଣିଥିବାରୁ ମନା କରୁଛି ଦେଖାକରିବାକୁ । ଏହି ଭିଡିଓଟି ଟ୍ରୋଲ ହେଉଛି ।

LEAVE A REPLY

Please enter your comment!
Please enter your name here