କରୋନା ପାଇଁ ସଜାଗ ପୁରୀ…

0
205
bbm
bbm

ଆଚିଭରର୍ସ ନ୍ୟୁଜ୍‌: ସାରା ବିଶ୍ୱକୁ ଡରାଉଛି କରୋନା । ଭାରତରେ ମଧ୍ୟ ଧିରେଧିରେ କରୋନାର ପ୍ରକୋପ ବଢ଼ିବାରେ ଲାଗିଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାରା ଦେଶରେ ସର୍ତକତା ଜାରୀ କରାଯାଇଛି । କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପୁରୀରେ ବ୍ୟାପକ ପଦକ୍ଷେପ ନିଆଯାଇଛି । ପୁରୀକୁ ପ୍ରତିଦିନ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ଜିଲ୍ଲା ପ୍ରଶାସନଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ରେଲ ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ ସ୍କ୍ରିନିଂ କରାଯିବା ସହ କରୋନା ଆକ୍ରାନ୍ତଙ୍କ ପାଇଁ ଆଇସୋଲେସନ୍ ୱାର୍ଡ କରାଯାଇଛି । ଏହା ସହ ହୋଟେଲ ମାନଙ୍କୁ ଏକ ଆଡଭାଇଜରୀ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here