କରୋନା ପାଇଁ ଟୋଲ ଫ୍ରି ନମ୍ବର ଜାରୀ କଲେ ରାଜ୍ୟ ସରକାର

0
201
bbm
bbm

ଆଚିରଭରର୍ସ ନ୍ୟୁଜ୍‌: ଚାରିଆଡେ ବ୍ୟାପୁଛି କରୋନା । ସଂକ୍ରମିତ ଦେଶରୁ ସ୍ୱରାଜ୍ୟକୁ ଫେରିଥିବା ୧୧୫ଜଣଙ୍କ ଉପରେ କଡା ନଜର ରଖାଯାଇଛି । ଜଣେ ବ୍ୟକ୍ତିଙ୍କୁ ଅବଜରଭେସନ୍‌ରେ ରଖାଯାଇଥିବାବେଳେ ୪୨ଜଣଙ୍କୁ ନିଜ ଘରେ ଆଇସୋଲେସନ୍‌ରେ ରଖାଯାଇଛି । ଗତକାଲି ସୁଦ୍ଧା ୬୯ଜଣଙ୍କ ଘରେ ଆେଇସୋଲେସନ୍ ରହିବା ସମୟ ସୀମା ଶେଷ ହୋଇସାରିଛି । ଅନ୍ୟପଟେ ପୂର୍ବରୁ ସଂଗୃହିତ ୮ଜଣଙ୍କ ବାଦ୍ ଅନ୍ୟ କୌଣସୀ ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ କରାଯାଇ ନାହିଁ । ପୂର୍ବରୁ ରହିଥିବା ସବୁ ନମୁନା ଗୁଡିକ ନେଗେଟିଭ୍ ଆସିଥିଲା । ସୂଚନାନୂସାରେ କରୋନା ଭୂତାଣୁର ଚିହ୍ନଟ ଓ ମୁକାବିଲା ପାଇଁ ସ୍ୱାସ୍ଥ୍ୟବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ । ରାଜ୍ୟର ବିମାନବନ୍ଦରରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ ଏବେ ସୁଦ୍ଧା କେହି କରୋନା ରୋଗୀ ଚିହ୍ନଟ ହୋଇ ନାହାଁନ୍ତି । ସେହିପରି କରୋନା ସର୍ମ୍ପକରେ ସଚେତନା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୪ଘଂଟିଆ କଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । କରୋନା ଭୂତାଣୁ ସର୍ମ୍ପକିତ ସୂଚନା ପାଇଁ ଟୋଲ ଫ୍ରି ନମ୍ବର ୦୬୭୪୨୩୯୦୪୬୬ ଏବଂ ୯୪୩୯୯୯୪୮୫୭ ନମ୍ବରରେ ଯୋଗଯୋଗ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here