ଭାରତକୁ କରୋନା ଭୟ…

0
242
bbm
bbm

ଆଚିଭରର୍ସ ନ୍ୟୁଜ୍‌: ଧିରେ ଧିରେ ଭାରତକୁ ଭୟଭୀତ କରୁଛି କରୋନା । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୮ରେ ପହଂଚିଲାଣି । ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଇଟାଲି ପର୍ଯ୍ୟଟକ ଥିବା ଜଣାପଡିଛି । ଭାରତରେ ଥିବା ସମସ୍ତ ହସ୍ପିଟାଲକୁ କରୋନା ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରଥମେ ରାଜସ୍ଥାନ ଜୟପୁରରେ ଜଣେ ୬୯ ବର୍ଷୀୟ ଇଟାଲୀ ପର୍ଯ୍ୟଟକଙ୍କ ନମୁନାରେ କରୋନା ଥିବା ସ୍ପଷ୍ଟ ହୋଇଥିଲା । ପର୍ଯ୍ୟଟକଙ୍କୁ ସାୱାଇ ମ୍ୟାନ୍ ସିଂ ହସ୍ପିଟାଲରେ ଭର୍ତୀ କରାଯାଇଛି । ଏହା ପରେ ଦିଲ୍ଲୀରେ ଥିବା ୨୧ଜଣ ପର୍ଯ୍ୟଟକ ଏବଂ ୩ଜଣ ଭାରତୀୟ ଟୁର୍ ଅପରେଟରଙ୍କୁ ଦିଲ୍ଲୀର ଆଇଟିବିପି କ୍ୟାମ୍ପକୁ ପଠାଯାଇଛି । ସେମାନଙ୍କ ମଧ୍ୟରୁ ୧୬ଜଣ ପର୍ଯ୍ୟଟକ ଏବଂ ଜଣେ ଭାରତୀୟଙ୍କ ରକ୍ତ ନମୁନା ପଜେଟିଭ୍ ଆସିଛି । ଏମାନଙ୍କ ବ୍ୟତିତ ଦିଲ୍ଲୀ, ହାଇଦ୍ରାବାଦ ଏବଂ ଜୟପୁରରେ ଜଣେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ଭାରତରେ କରୋନା ଭାଇରସ୍ ପାଇଁ ଗତକାଲି ସୁଦ୍ଧା ୫ଲକ୍ଷ ୮୯ହଜାର ବିମାନବନ୍ଦର ଓ ୧୫୦୦ଟି ବନ୍ଦର ଯାଂଚ କରାଯାଇଛି । ସୂଚନାନୂସାରେ ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଉଥିବାବେଳେ ବର୍ତମାନ ସୁଦ୍ଧା ଚୀନରେ କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖା ୩ହଜାରର ଟପିଛି ।

LEAVE A REPLY

Please enter your comment!
Please enter your name here