ଗୁଜବର ଜବାବ ରଖିଲେ କଙ୍ଗନା…

0
414
bbm
bbm

ଆଚିଭରର୍ସ ନ୍ୟୁଜ୍‌:ଚର୍ଚ୍ଚାର ଶିଖରରେ ଅଭିନେତ୍ରୀ କଙ୍ଗନା ରଣାୱତ୍ । ଜୟଲଳିତାଙ୍କ ବାୟୋପିକକୁ ନେଇ ଏବେଠୁ ଟୁପୁର ଟାପୁର ଆରମ୍ଭ ହୋଇ ଗଲାଣି । ଜୟଲଳିତାଙ୍କ ଲୁକ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ କଙ୍ଗନାଙ୍କର ବଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହେବାରୁ ସରକାର ତାଙ୍କୁ ପଦ୍ମଶ୍ରୀ ଦେବାର ଘୋଷଣା ମଧ୍ୟ କରିଛନ୍ତି । ତେବେ ଏସବୁ ଭିତରେ କଙ୍ଗନା ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ମୁହଁ ଖୋଲିବା ସହ ନିଜର ବିବାହକୁ ନେଇ ଉଠିଥିବା ଗୁଜବ ବିଷୟରେ ଜବାବ ରଖିଛନ୍ତି । ସେ କହିଛନ୍ତି କି ତାଙ୍କର ଏବେ ବିବାହ କରିବାର ନାହିଁ । ଏବେ ମୁଁ ସିଙ୍ଗଲ ହିଁ ଖୁସି ଅଛି । ହେଲେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଅବାଦ୍ଧ ହୋଇ ପାରେ । ଏହା ପରେ କଙ୍ଗନାଙ୍କୁ ନେଇ ଉଠିଥିବା ଗୁଜବ ଟିକେ ଥଣ୍ଡା ପଡିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here