ମଧ୍ୟପ୍ରଦେଶର ମଧ୍ୟରାତ୍ରୀରେ ରାଜନୀତିକ ଡ୍ରାମା…

0
153
bbm
bbm

ଆଚିଭରର୍ସ ନ୍ୟୁଜ୍‌: ମଧ୍ୟ ରାତ୍ରୀରେ ମଧ୍ୟପ୍ରଦେଶରେ ରାଜନୀତିକ ଡ୍ରାମା । ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଜୋର ଧରିଛି ଦଳବଦଳ ନୀତି । କମଲନାଥଙ୍କ ନେତୃତ୍ୱରେ ଥିବା ସରକାରକୁ ଭାଙ୍ଗିବା ପାଇଁ ବିଜେପି ଜୋରଦାର ପ୍ରୟାସ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ବିଏସ୍‌ପି ବିଧାୟକଙ୍କୁ ସ୍ୱତନ୍ତ୍ର ବିମାନରେ ବିଜେପି ଦିଲ୍ଲୀ ନେଇ ଯାଇ ସରକାର ଭାଙ୍ଗିବାକୁ ଏକ ବଡ ଧରଣର ଷଡଯନ୍ତ୍ର କରୁଥିବା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ କହିଛନ୍ତି । ଦିଗ୍ ବିଜୟ ସିଂ ଏବଂ ମନ୍ତ୍ରୀ ପୁଅ ଜୟବର୍ଦ୍ଧନ ସିଂ ହୋଟେଲରେ ଥିବା ବିଧାୟକଙ୍କୁ ଭେଟିବା ପାଇଁ ଯାଇଥିଲେ ସେଠାରେ ପହଁଚି ସୂଚନା ଦେଇଥିଲେ କି ବିଜେପି ଆମ ବିଧାୟକମାନଙ୍କୁ ପ୍ରଲୋଭିତ କରିଥିଲା ଏବଂ ସେମାନଙ୍କ ମଧ୍ୟରୁ କେତେଜଣ ଫସିଯାଇଥିଲେ ମଧ୍ୟ । ସୂଚନାନୂସାରେ ହରିୟାଣାକୁ ନିଆଯାଇଥିବା ୮ଜଣ ବିଧାୟକଙ୍କ ମଧ୍ୟରୁ ୪ଜଣ କଂଗ୍ରେସର, ଜଣେ ସ୍ୱାଧୀନ ଓ ଅନ୍ୟମାନେ ବିଏସ୍‌ପି ଓ ଏସ୍‌ପିର ବୋଲି ଜଣାପଡିଛି । କଂଗ୍ରେସର ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ତେବେ ଏଭଳି ମତ ଦେଇ ରାଜନୀତିରେ ହଇଚଇ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଥିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ୍ ସୂଚନା ଦେଇଛନ୍ତି । ସେପଟେ ଏହି ଅଭିଯୋଗକୁ ବିଜେପି ମଧ୍ୟ ଖଣ୍ଡନ କରିଛି ।

LEAVE A REPLY

Please enter your comment!
Please enter your name here