ଜାଣନ୍ତୁ କାଳିଆ ଠାକୁରଙ୍କ ଦୁର୍ଲଭ ବେଶ ସର୍ମ୍ପକରେ…

0
238
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଓଡ଼ିଶାର ଆରାଧ୍ୟ ଦେବତା ସେ । ପ୍ରତିଟି ରକ୍ତ ବିନ୍ଦରରେ ଯାହାଙ୍କର ନାମ ସେହେଲେ ପ୍ରତିଟି ଓଡିଆଙ୍କର ପ୍ରାଣକେନ୍ଦ୍ର ପ୍ରଭୁ ଶ୍ରୀଜଗନ୍ନାଥ । ତେବେ ପ୍ରଭୁଙ୍କର ବିଭିନ୍ନ ରୂପ ବିଷୟରେ ଆମେ ଜାଣିଛେ । ହେଲେ ଏମିତି ୧୬ ପ୍ରକାରର ବେଶ ଅଛି ଯାହା ଅତ୍ୟନ୍ତ ଦୁର୍ଲଭ । ତାହାଲେ ଚାଲନ୍ତୁ ଜାଣିବା ।
ସବୁଠାରୁ ପ୍ରଥମେ ଆସେ ବଡ ସିଂହାର ବେଶ । ଯେଉଁଥିରେ ଶ୍ରୀଜିଉ ଅପୂର୍ବ ସୌନ୍ଦଯ୍ୟମୟ ବେଶ ଧାରଣ କରିଥାନ୍ତି । ତାପରେ ଆସେ ବାମନ ବେଶ । କଥାରେ ଅଛି ରାଜା ବଳିଙ୍କୁ ମହାପ୍ରଭୁ ବାମନ ବେଶ ଧାରଣ କରି ନିଜ ପାଦରେ ଚାପିଥିଲେ । ସେହି ସମୟରେ ଯେଉଁ ବେଶ ଧାରଣ କରିଥିଲେ ତାକୁ ବାମନ ରୂପ କୁହାଯାଇଥାଏ । ଆସିବା ପରବର୍ତୀ ବେଶକୁ ।ଆଗକାଳରୁ ରାଜା ରାଜୁଡାମାନେ ନିଜର ମନ ପରିବର୍ତନ ପାଇଁ ପାଇଁ କିଛି ଦିନ ଅନ୍ତରରେ ରାଜ୍ୟର ବାହାରକୁ ଯାଉଥିଲେ । ସେତେବେଳେ ରାଜାମାନେ ଯେଉଁ ବେଶ ଧରୁଥିଲେ ତାଙ୍କୁ ବଣଭୋଜି ବେଶ କୁହାଯାଏ । ତାପରେ ଆସେ ଚାଚେରି ବେଶ । ଏହି ବେଶରେ ମହାପ୍ରଭୁ ସୁନ୍ଦରଓ ସାଧାରଣ ବେଶ ଧାରଣ କରିଥାନ୍ତି । ଚଚେରି ବେଶ ପରେ ଆସେ ଚନ୍ଦନଲାଗି ଓ ଗଜ ଉଦ୍ଧାରଣ ବେଶ । ଏହି ବେଶରେ ମହାପ୍ରଭୁଙ୍କୁ ଚନ୍ଦନ ଲାଗି କରାଯାଇଥାଏ । ଗଜ ଉଦ୍ଧାରଣ ବେଶଟି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ । କୁହାଯାଏ କି ଯେତେବେଳେ ଗୋଟିଏ ହାତୀ ପାଣିରେ ପଶି ଯାଇଥିଲା ଓ ଗୋଟିଏ କୁମ୍ଭୀର ତାକୁ ଆକ୍ରମଣ କରିଥିଲା । ହାତୀଟି ଆକୁଳ କଣ୍ଠରେ ଭଗବାନ କୃଷ୍ଣଙ୍କୁ ପ୍ରାଥନା କରିଥିଲା କି ପ୍ରଭୁ ମୋତେ ଏଠାରୁ ଉଦ୍ଧାର କରନ୍ତୁ । ଭଗବାନ ତାର ପ୍ରାର୍ଥନା ଶୁଣି ହାତୀକୁ ବିପଦରୁ ଉଦ୍ଧାର କରିଥିଲେ । ଗଜ ଉଦ୍ଧାରଣ ବେଶ ଟି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜଗନ୍ନାଥଙ୍କର ଅନ୍ୟବେଶ ଗୁଡିକ ମଧ୍ୟରେ ଘୋଡାଲାଗି ବେଶ, କାଳିଆଦଳନ ବେଶ, କୃଷ୍ଣବଳରାମ ବେଶ, ଲକ୍ଷ୍ମୀ ନୃସିଂହ ବେଶ, ନାଗାର୍ଜୁନ ବେଶ, ପଦ୍ମବେଶ, ରଘୁନାଥ ବେଶ, ରାଜାରାଜେଶ୍ୱର ବେଶ, ଶ୍ରଦ୍ଧା ବେଶ ଓ ସୁନା ବେଶ । ଏହି ବେଶ ଗୁଡିକ ମଧ୍ୟରୁ ରଘୁନାଥ ବେଶ, ରାଜରାଜେଶ୍ୱର ବେଶ, ଶ୍ରଦ୍ଧା ବେଶର ଅନେକ ମହିମା ରହିଛି । ସୁନାବେଶ ଟି ମହାପ୍ରଭୁ ବାହୁଡା ଯାତ୍ରା ସମୟରେ ହୋଇଥାଏ । ତେବେ ଏଠାରେ ଆମେ କହିଦେବାକୁ ଚାହୁଁଛୁ କି ଆସନ୍ତା ନଭେମ୍ବର ମାସରେ ପ୍ରଭୁ ନାଗାର୍ଜୁନ ବେଶ ଧାରଣ କରିବେ ।

LEAVE A REPLY

Please enter your comment!
Please enter your name here