ବୁଧବାର ଦିନ ‘ଆଲିବାବା ଗ୍ରୁପ୍’ର ସଂସ୍ଥାପକ ଜ୍ୟାକ୍ ମା ଚୀନ୍ର ୧୦୦ଜଣ ଗ୍ରାମୀଣ ଶିକ୍ଷକଙ୍କ ସହ ଭିଡିଓ ଜରିଆରେ ଏକ ବୈଠକ କରିଥିବା ସ୍ଥାନୀୟ ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି। ଅକ୍ଟୋବର ଠାରୁ ଜ୍ୟାକ୍ ମାଙ୍କର ସର୍ବସାଧାରଣରେ ଦେଖାଦର୍ଶନ ନ ଥିଲା।
ସରକାରୀ ପୃଷ୍ଠପୋଷକତାରେ ଚାଲିଥିବା ନିଉଜ୍ େଓ୍ଵବ୍ସାଇଟ୍ ‘ଚେଜିଆଙ୍ଗ୍ ଅନ୍ଲାଇନ୍’ ନିଉଜ୍ ପୋର୍ଟାଲ୍ର ‘ସିଆମୁ ନିଉଜ୍’ ଏହି ବୈଠକ ସଂକ୍ରାନ୍ତରେ ବୁଧବାର ଦିନ ରିପୋର୍ଟ କରିଛି।ଦୀର୍ଘ ଦୁଇ ମାସ ଧରି ଜ୍ୟାକ୍ ମା ସର୍ବସାଧାରଣରେ ଦେଖାଯାଉ ନ ଥିଲେ। ଜଣେ ବିଚାରକ ଭାବେ ଆସୁଥିବା ଏକ ଟିଭି ସୋ’ର ଚୂଡ଼ାନ୍ତ ଅଧ୍ୟାୟରେ ମଧ୍ୟ ସେ ଅନୁପସ୍ଥିତ ଥିଲେ। ତେଣୁ ତାଙ୍କ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରକାର କଥା ଉଠିଥିଲା। ତାଙ୍କ ପ୍ରସାରିତ ବ୍ୟବସାୟ ସାମ୍ରାଜ୍ୟ ଉପରେ ଚୀନ୍ ସରକାର କଟକଣା ଜାରି କରିଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା।ଜନକଲ୍ୟାଣରେ ସେ ଅଧିକ ସମୟ ବିତାଇଛନ୍ତି ବୋଲି ଅନ୍ଲାଇନ୍ରେ ପ୍ରସାରିତ ହେଉଥିବା ଏହି ବୈଠକର ଏକ ଦୃଶ୍ୟରେ ଜ୍ୟାକ୍ ମା କହୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ନିକଟ ଅତୀତରେ ମୋ ସହକର୍ମୀ ଓ ମୁଁ ଅଧ୍ୟୟନ କରିବା ସହ ଚିନ୍ତନ କରୁଥିଲୁ। ଜନକଲ୍ୟାଣ ବିଷୟରେ ଶିକ୍ଷା ଗ୍ରହଣ କରିବାକୁ ଆମ ଦୃଢ଼ ପ୍ରତିଜ୍ଞବଦ୍ଧ ହୋଇଛୁ। ଗ୍ରାମୀଣ ଉନ୍ନତି ଏବଂ ସର୍ବସାଧାରଣଙ୍କ ସମୃଦ୍ଧି ନିମନ୍ତେ କଠୋର ପରିଶ୍ରମ କରିବା ଆମ ପିଢ଼ିର ବ୍ୟବସାୟୀମାନଙ୍କ ଦାୟିତ୍ୱ।