ପୁଣି ଇସ୍କନର ଅଦିନିଆ ରଥଯାତ୍ରା, ମୁଣ୍ଡ ଟେକିଲା ବିବାଦ

0
391
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ମୁଣ୍ଡ ଟେକିଛି ବିବାଦ । କିଛି ଦିନ ତଳେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠିବା ବେଳେ ଏବେ କିନ୍ତୁ ଇସ୍କନ ପକ୍ଷରୁ ଭିନ୍ନ ଢ଼ଙ୍ଗରେ ଏହାକୁ ପାଳନ କରିବାକୁ ଯୋଜନା କରୁଥିବା ଜଣାପଡିଛି । ‘ହରେକୃଷ୍ଣ’ ଫେଷ୍ଟିଭାଲ ନାମରେ ଏକ ପର୍ବ ପାଳନ କରିବାକୁ ଇସ୍କନ ଯୋଜନା କରୁଥିବା ଜଣାପଡିଛି । ତେବେ ମୁଥୁରାରେ ଏହି ଫେଷ୍ଟିଭାଲର ଏକ ପୋଷ୍ଟର ଲଗାଯାଇଛି । ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ପର୍ବଟି ଆସନ୍ତା ମାର୍ଚ୍ଚ ୧୮ରେ ହିଁ ହେବ । ସୂଚନାନୂସାରରେ ପୂର୍ବରୁ ଗାଜିଆବାଦର ଶ୍ରୀମଦ୍ ନାରଦୀୟ ଭାଗବତ ଟ୍ରଷ୍ଟ ପକ୍ଷରୁ ଗତ ଡିସେମ୍ବର ୨୯ରେ ରଥଯାତ୍ରା କରିବା ନେଇ ସୂଚନା ମିଳିଥିଲା । ପରେ ଏନେଇ ବିବାଦ ମଧ୍ୟ ଦେଖାଯାଇଥିଲା । ଜଗନ୍ନାଥ ସେନା ପକ୍ଷରୁ ଥାନାରେ ଏତଲା ଦେବା ପରେ ଏହି ରଥଯାତ୍ରା ବନ୍ଦ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here