ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୫,୨୨୩ ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଠାରୁ ଆଜିର ସଂକ୍ରମଣ ହାର ୧୦% ଅଧିକ ବୋଲି ଜଣାପଡ଼ିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୫,୨୨୩ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧୫୧ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୦୬,୧୦,୮୮୩ରେ ପହଞ୍ଚିଛି।ଗତ ୨୪ ଘଣ୍ଟାରେ ୧୫୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୨,୮୬୯ରେ ପହଞ୍ଚିଛି।ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୯, ୯୬୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୦୨,୬୫,୭୦୬। ଜାତୀୟସ୍ତରରେ ସୁସ୍ଥତା ହାର ୯୬.୭୫%ରେ ପହଞ୍ଚିଥିବା ବେଳେ ମୃତ୍ୟୁହାର ୧.୪୪%ରେ ରହିଛି।ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୧,୯୨,୩୦୮ରେ ପହଞ୍ଚିଛି।ସେହିଭଳି ଏପର୍ଯ୍ୟନ୍ତ ଦେଶରେ ସମୁଦାୟ ୮,୦୬,୪୮୪ଜଣଙ୍କୁ କୋଭିଡ୍-୧୯ ଟିକା ଦିଆଯାଇଛି।‘ଆଇସିଏମ୍ଆର୍’ କହିବା ଅନୁସାରେ, ବୁଧବାର ସୁଦ୍ଧା ସମଗ୍ର ଦେଶରେ ୧୮,୯୩,୪୭,୭୮୨ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା ହୋଇଥିବା ନମୁନା ସଂଖ୍ୟା ହେଉଛି ୭,୮୦,୮୩୫।
Latest article
ଯାତ୍ରୀ ଭଡା ବଢାଇଲା ରେଳ ବିଭାଗ
ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ପାଇଁ ରେଳ ଭଡା ବୃଦ୍ଧି କରିଛନ୍ତି । ରେଳ ବିଭାଗର ସୂଚନା ମୁତାବକ ଅଳ୍ପଦୂର ଯାଉଥିବା ଯାତ୍ରୀଙ୍କ ଭଡା ବୃଦ୍ଧି କରାଯାଇଛି । ଭଡାବୃଦ୍ଧିର କାରଣ ଦର୍ଶାଇବାକୁ...
ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ ପୁଣି ଘର ତିଆରି କଲେ ବିଏସଏଫ୍ ଯବାନ୍ ଅନିଶ
ନୂଆଦିଲ୍ଲୀ : ‘ଦଙ୍ଗାକାରୀମାନେ ଭାଙ୍ଗି ଦେଇଥିବା ମୋ ଘରକୁ ସଜାଡ଼ି ପାରିଲି। ହେଲେ, ଦଙ୍ଗାରେ ପୋଡ଼ି ପାଉଁଶ ହୋଇଯାଇଥିବା ମୋ ବିବାହ ସାମଗ୍ରୀକୁ ଆଉ ତିଆରି କରିପାରିନାହିଁ। ଦେଶର ସୁରକ୍ଷା ପାଇଁ ଜଣେ...
୪ ବର୍ଷର ପୁଅକୁ ନିର୍ଦ୍ଦୟଭାବେ ପିଟିଲା ମା’
ଭୁବନେଶ୍ବର: ମାତ୍ର ୪ ବର୍ଷର ଛୁଆ। ଭଲ କରି କଥା କହି ଶିଖିନି। ସିଲଟ ଖଡ଼ି ବି ଧରି ଜାଣିନି। କିନ୍ତୁ ମା’ର ଜିଦ୍ ପୁଳାପୁଳା ପଢ଼ିଯାଉ। ଟିଉସନ୍ ଯିବାକୁ ଅମଙ୍ଗ ହେବାରୁ...