ଗ୍ରୀଷ୍ମ ଅବକାଶରେ ଏଠାକୁ ବୁଲିଯିବାକୁ କରନ୍ତୁ ପ୍ଲାନ…

0
397
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଶୀତ ସରୁ ବସନ୍ତ ଆଉ ଏବେ ଲାଗିଲାଣି କି ଗ୍ରୀଷ୍ମ ହି ଆସିଗଲା । ଆଉ କିଛି ଦିନ ପରେ ତାତିରୁ ତ୍ରାହି ତ୍ରାହି ଡାକିବେ ଆପଣ । ଏଥିରୁ ମୁକ୍ତି ପାଇଁ ଆପଣ ଥଣ୍ଡା ସ୍ଥାନକୁ ବୁଲିବାକୁ ଚାହିଁବେ ।ତାହାଲେ ଚାଲନ୍ତୁ ଜାଣିବା ଏମିତି ଏକ ବରଫ ହୋଟେଲ ସର୍ମ୍ପକରେ ।

ପର୍ଯ୍ୟଟକଙ୍କୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅନୁଭବ ଆଣିଦେବା ପାଇଁ ହୋଟେଲ ନିର୍ମାତା କମ୍ପାନୀ ଗୁଡିକ ଅଭିନବ ପ୍ରୟାସ କରିଥାନ୍ତି । ଏହିଭଳି ସ୍ୱିଡେନର ଆଇସ୍ ହୋଟେଲ ସର୍ବଦା ଚର୍ଚ୍ଚାକୁ ଆସିଥାଏ । କାରଣ ପ୍ରତିବର୍ଷ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣେଇ ଥାଏ । ଏହି ଆଇସ୍ ହୋଟେଲଟି ୩୫ଟି ବେଡ ରୁମ୍ ଥିବାବେଳେ ଇକୋ ଫେଣ୍ଡଲୀ ଓ ଏହା ଭିତରେ ସେରିମନୀ ମଲ୍ ମଧ୍ୟ ଅଛି । ପ୍ରତିବର୍ଷ ଶୀତଦିନେ ଏହି ହୋଟେଲକୁ ନିର୍ମାଣ କରାଯାଏ । ୫ମାସ ପରେ ଏହି ହୋଟେଲ ମିଳାଇ ଯାଇଥାଏ । ୧୯୮୯ରୁ ଏହି ହୋଟେଲ ତିଆରି ହୋଇ ଆସୁଛି । ଏହି ହୋଟେଲଟି ଆର୍କଟିକ୍ ସର୍କଲ ଠାରୁ ପ୍ରାୟ ୨୦୦ କିଲୋମିଟର ଦୂର ଟର୍ଣ୍ଣ ନଦୀ କୂଳରେ ଏହା ନିର୍ମାଣ କରାଯାଇଥାଏ । ଏହାକୁ ନିର୍ମାଣ କରିବା ପାଇଁ ଟର୍ଣ୍ଣ ନଦୀରୁ ୨୫୦୦ଟନ୍ ବରଫ୍ ଜମା କରାଯାଇଥାଏ ।ତେବେ ଏହି ହୋଟେଲକୁ ନିର୍ମାଣ କରିବା ପାଇଁ ସାରା ବିଶ୍ୱରୁ ବହୁ ଦକ୍ଷ କଳାକାର ଆସିଥାନ୍ତି । ଚଳିତ ଥର ଏହି ହୋଟେଲରେ ୩୫ ବେଡରୁମ୍ ନିର୍ମାଣ କରାଯାଇଛି ।ସମସ୍ତ ବେଡରୁମକୁ ବରଫରେ ତିଆରି ପର୍ଦ୍ଦା ଓ ହରିଣର ପ୍ରତିକୃତିରେ ସଜା ଯାଇଛି । ଏହି ହୋଟେଲ ମଧ୍ୟରେ ଏକ ସଭା ଗୃହ ରହିଛି । ଏହି ସଭା ଗୃହରେ ୬ଟି ବେଂଚ ପଡିଛି । ରୁମ୍ ଭିତରେ ତାପମାତ୍ରା ମାଇନସ୍ ୫ଡିଗ୍ରୀ ପାଖାପାଖି ରହିଛି । ପ୍ରତିବର୍ଷ ୫୦ ହଜାରରୁ ଅଧିକ ପର୍ଯ୍ୟଟକ ଏହି ହୋଟେଲରେ ରହିବା ପାଇଁ ଆସିଥାନ୍ତି । ମେ ମାସ ସୁଦ୍ଧା ହୋଟେଲ ବରଫରେ ତରଳିବା ଆରମ୍ଭ ହୋଇଯାଏ । ଏହାପରେ ହୋଟେଲକୁ ବନ୍ଦ କରି ଦିଆଯାଏ ।

ଏହି ହୋଟେଲ ପରିବେଶ ଅନୁକୂଳ ଅଟେ । ହୋଟେଲରେ ରଖାଯାଇଥିବା ସମସ୍ତ ଉପକରଣ ସୌର ଶକ୍ତିରେ କାର୍ଯ୍ୟ କରିଥାଏ । ହୋଟେଲରେ ଆଇସ୍ ବାର୍ ମଧ୍ୟ ରହିଛି । ଏଠାରେ ଗ୍ଲାସ , ଫିଚର ଲାଇଟିଂ ମଧ୍ୟ ବରଫରେ ନିର୍ମାଣ କରାଯାଇଛି । ଯାହାକି ହୋଟେଲକୁ ଆକର୍ଷଣୀୟ ଲୁକ୍ ଦେଇଥାଏ । ସେହିପରି ସେରିମନି ହଲ୍ ମଧ୍ୟ ବହୁତ ଆକର୍ଷଣୀୟ । ଇେଂଟରିଅର ଦୁନିଆର ଚର୍ଚ୍ଚିତ ପର୍ଯ୍ୟଟନ ସ୍ଥଳକୁ ଲକ୍ଷ୍ୟ କରାଯାଇ ଏହି ହୋଟେଲ ତିଆରି କରାଯାଇଛି । ପିଲାମାନଙ୍କ ପାଇଁ କ୍ରିଏଟିଭ୍ ଜୋନ ମଧ୍ୟ ନିର୍ମାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here