ଅଚାନକ ଆସିଲେ,ଗୋଡେଇ ଗୋଡେଇ ବିନ୍ଧିଲେ,ଲୋକେ ଧାଇଁଲେ…

0
210
bbm
Vector illustration of angry bee ready to attack

ଆଚିଭରର୍ସ ନ୍ୟୁଜ୍‌: ଆସିଲେ କାମୁଡିଲେ । ଭୟରେ ଲୋକେ ଦଉଡିଲେ । ଏମିତିକିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ରାଉରକେଲାର ବୀରମିତ୍ରପୁରରେ । ସୂଚନାନୂସାରେ ବୀରମିତ୍ରପୁର ଡାକବଙ୍ଗଳାରେ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ଏକ ଦଳୀୟ ବୈଠକ ବସିଥିଲା । ହଠାତ୍ କେଉଁଠୁ ବହୁ ସଂଖ୍ୟାରେ ମହୁମାଛି ଆସି କର୍ମୀ ମାନଙ୍କୁ ଗୋଡାଇ ଗୋଡାଇ ବିନ୍ଧିଥିବା ଦେଖିବାକୁ ମିଳିଛି । ମହୁମାଛି ଭୟରେ କର୍ମୀମାନେ ଜୀବନ ବିକଳରେ ଦଉଡିିି ପଳେଇଲେ । ତେବେ ଏଥିରେ ଉପସ୍ଥିତ ଥିବା ୨୦ରୁ ଅଧିକ କର୍ମୀ ଆହତ ହୋଇଛନ୍ତି । ଏପରିସ୍ଥଳେ ବୈଠକକୁ ସ୍ଥଗିତ ରଖାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here