ଆପଣଙ୍କ ଘର ଅପରିଷ୍କାର ହେଉଛି କି? ସଫା କରିବା ପାଇଁ ଆପଣଙ୍କୁ ଅଧିକ ସମୟ ଲାଗୁଛି କି? ଏହି ଉପାୟରେ କରନ୍ତୁ ଘର ସଫା, କମ୍ ସମୟରେ କରିବ ଚିକଚିକ୍

0
255
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଆପଣ ଶୀଘ୍ର ଓ ସହଜ ଉପାୟରେ ଘର ସଫା କରିବାକୁ ଚାହୁଁଛନ୍ତି କି? ତାହାଲେ ଜାଣନ୍ତୁ କେମିତି ଅତିଶୀଘ୍ର ଓ ଫଟାଫଟ୍ ନିଜ ଘରକୁ ସଫା କରିପାରିବେ ।
ଦର୍ଶକ ବନ୍ଧୁ ସମସ୍ତେ ଚାହାଁନ୍ତି ନିଜ ଘରକୁ ସଫା ସୁତୁରା ରଖିବା ପାଇଁ । ହେଲେ ବ୍ୟସ୍ତ ବହୁଳ ସମୟରେ ସବୁଦିନ ଘର ସଫା କରିବା କଷ୍ଟକର ହୋଇପଡିଥାଏ । ତେଣୁ ବହୁତ ଲୋକ ସପ୍ତାହରେ ଥରେ ଘରକୁ ସଫା ସୁତୁର କରିଥାନ୍ତି । ଯାହାକି ବହୁତ ପରିଶ୍ରମ କରିବାକୁ ପଡିଥାଏ । ତେବେ ଚାଲନ୍ତୁ ଆମେ ଆଜି ଆପଣଙ୍କୁ ଘର ସଫା କରିବାର କିଛି ସହଜ ଉପାୟ ବତାଇବୁ । ଯାହାଦ୍ୱାରା ଖୁବ୍ କମ୍ ସମୟରେ ଆପଣଙ୍କ ଘର ପୁରା କ୍ଲିନ୍ ସହ ସୁନ୍ଦର ମଧ୍ୟ ଦେଖାଯିବ ।

ସବୁବେଳେ ଆପଣ ଗୋଟିଏ ରୁମରୁ ହିଁ ସଫା କରିବା କାର୍ଯ୍ୟ ଆରମ୍ଭ କରନ୍ତୁ । ପ୍ରଥମେ ଝରକା, କବାଟ ଓ ସେଲ୍ଫ ଗୁଡିକୁ ସଫା କରି ଦିଅନ୍ତୁ । ପରେ ସେଥିରେ ପେପରକୁ ସେଲ୍ଫରେ କିଛି ପେପର ପକାଇ ନିଜ ଜିନିଷ ରଖନ୍ତୁ । ଯାହାକି ଆପଣଙ୍କୁ ପରେ ସେଲ୍ଫ ସଫା କରିବାରେ ସହଜ ହେବ । ପରେ ଘରର ଚଟାଣକୁ ସଫା କରି ନିଅନ୍ତୁ । ଡଷ୍ଟବିନ୍‌ରେ ପୁରୁଣା ଖବର କାଗଜ ରଖନ୍ତୁ ଫଳରେ ଅଳିଆ ଡଷ୍ଟବିନ୍‌ରେ ଲାଗିବ ନାହିଁ କି ଗନ୍ଧ ବି ଆସିବ ନାହିଁ । ସବୁ ଦିନ ରାତିରେ ସେହି ପେପର ସାହଯ୍ୟରେ ଅଳିଆ ଗୁଡିକୁ ବାହାରେ ଫୋପାଡି ଦିଅନ୍ତୁ । ବାସନ ଭଜା ଲିକ୍ୟୁଡି ପାଣିରେ ମିଶାଇ ଝରକା ସଫା କରନ୍ତୁ ଦେଖିବେ ପୂର୍ବଭଳି ଝରକା ଚମକିବ । ଟବ୍ ଓ ବେସିନକୁ ଭଲ ଭାବରେ ସଫା କରିବା ପାଇଁ ବାଥରୁମ୍ ବ୍ୟବହୃତ କରୁଥିବା କ୍ଲିନରରେ ସଫା କରନ୍ତୁ ଦେଖିବେ ଟବ୍ ବେସନ୍ ପୁରା ଚିକ୍କଣ ହୋଇ ଯିବ ।

LEAVE A REPLY

Please enter your comment!
Please enter your name here