ହୋଲିର କେମିକାଲ ରଙ୍ଗରୁ ଆପଣଙ୍କ କେଶକୁ କେମତି କରିବେ ରକ୍ଷା, ଦେଖନ୍ତୁ ଓ ଆପଣାନ୍ତୁ…

0
445
bbm
bbm

ଆଚିଭରର୍ସ ନ୍ୟୁଜ୍‌:ଆଉ ଦିନ କେଇଟାରେ ଆସୁଛି ହୋଲି । ରଙ୍ଗ ଖେଳ, ମଜାମସ୍ତି, ଖାଇବାପଇବା ଓ ଉତ୍ସବର ମାହୋଲ । ଚାରିଆଡେ ବିଭିନ୍ନ ପ୍ରକାର ରଙ୍ଗରେ ଚର୍ତୁପାଶ୍ୱର୍ ପୁରା ରଙ୍ଗୀନ ହୋଇ ଯାଇଥାଏ । କିନ୍ତୁ ବେଳେ ବେଳେ ଅସାବଧାନତା ଯୋଗୁଁ ହୋଲିରେ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଯେମିତିକି ଶରୀର, କେଶ, ତ୍ୱଚାର ଯତ୍ନ ନେବାକୁ ଭୁଲି ଯାଇଥାଆନ୍ତି । ଫଳରେ ବିଭିନ୍ନ ପ୍ରକାର ରୋଗ ସହ ଶରୀରର କ୍ଷତି ମଧ୍ୟ ପହଁଚାଇଥାଏ । ତାହାଲେ ଚାଲନ୍ତୁ ଜାଣିବା ହୋଲିରେ ନିଜ କେଶକୁ କେମିତି ରକ୍ଷା କରିବେ ହୋଲିର ରଙ୍ଗରୁ ।

 ହୋଲି ଖେଳିବାକୁ ଯିବା ପୂର୍ବରୁ ମୁଣ୍ଡରେ ଭଲ ଭାବେ ତେଲ ମାରି ନିଅନ୍ତୁ । ଫଳରେ ରଙ୍ଗର କେମିକାଲ ଆପଣଙ୍କ କେଶକୁ କ୍ଷତି ପହଁଚାଇପାରିବ ନାହିଁ ।
 ରଙ୍ଗ ଖେଳିବା ପୂର୍ବରୁ ମୁଣ୍ଡକୁ ଭଲ ଭାବେ ଘୋଡାଇ ଦିଅନ୍ତୁ । ଏହା ଦ୍ୱାରା କେଶ ମୂଳକୁ କର୍ଲର ଯିବ ନାହିଁ ।
 ହୋଲି ଖେଳିବା ପୂର୍ବରୁ ଚୁଟିକୁ ଭଲଭାବେ ବାନ୍ଧି ଦିଅନ୍ତୁ । କାରଣ ଖୋଲା ଚୁଟିରେ ରଙ୍ଗ ଶୀଘ୍ର ମିଶିଥାଏ । ଯାହାକି କେଶ ପାଇଁ ଖରାପ ହୋଇଥାଏ ।
 ରଙ୍ଗ ଖେଳିବା ବେଳେ ଚୁଟିରେ କୌଣସୀ ହେୟାର ଆସେସୋରିଜ୍ ବ୍ୟବହାର କରନ୍ତୁ ନାହିଁ । କାର ଆପଣଙ୍କ କେଶରେ ରଙ୍ଗ ଲାଗିଲେ ତାହା ରୁକ୍ଷ ହୋଇଯାଏ ଓ ଚୁଟିରେ ଗଣ୍ଠି ମଧ୍ୟ ପଡିଯାଇଥାଏ ।


ଏହି ସବୁ ଟିପ୍ସକୁ ଆପଣ ମାନେ ଆପଣାନ୍ତୁ ଆଉ ହୋଲିକୁ ମନଖୋଲି ଉପଭୋଗ କରନ୍ତୁ ।

LEAVE A REPLY

Please enter your comment!
Please enter your name here