ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦କୋଟି

0
23

ଭୁବନେଶ୍ବର: ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ।୨୦୨୧-୨୨ବଜେଟରେ ସ୍ବାସ୍ଥ୍ୟ ସହ କ୍ରୀଡ଼ା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।ସୂଚନା ମୁତାବକ, ଭୁବନେଶ୍ବର ଓ ରାଉରକେଲାରେ ୨୦୨୩ରେ ହକି ବିଶ୍ଵକପର ୧୫ତମ ସଂସ୍କରଣ ଆୟୋଜନ ହେବ। ଏ ନେଇ ସୁନ୍ଦରଗଡ଼ ଜିଲ୍ଲାରେ ହକିକୁ ପ୍ରୋତ୍ସାହତି କରିବା ପାଇଁ ଏବଂ ୨୦୨୩ ହକି ବିଶ୍ଵକପ୍ ଲାଗି ପ୍ରାକ୍-ପ୍ରସ୍ତୁତିର ଅଂଶ ସ୍ଵରୂପ, ରାଉରକେଲାଠାରେ ୧୫ ଏକର  ପରିମିତ ଭୂମି ଉପରେ ଏକ ନୂତନ ବିଶ୍ଵସ୍ତରୀୟ ହକି ଷ୍ଟାଡ଼ିୟମ ନିର୍ମାଣ କରାଯିବ । ୨୦ ହଜାର ଦର୍ଶକ ବସି ପାରିବାର କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ ଭାରତର ସବର୍ବୃହତ ହକି ଷ୍ଟାଡ଼ିୟମରେ ପରିଣତ ହେବ । ଏ ନେଇ ରାଜ୍ୟ ସରକାର ୯୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଆଜି ବଜେଟ ଉପସ୍ଥାପନ ସମୟରେ ଏହି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

LEAVE A REPLY

Please enter your comment!
Please enter your name here