ହ୍ୟାପି ବାର୍ଥ ଡେ ବିଜୁ ବାବୁ….

0
209
bbm
bbm

ଆଚିଭରର୍ସ ନ୍ୟୁଜ୍‌: ଆଜି ପ୍ରବାଦ ପୁରୁଷ ପୂର୍ବତନ ମୁଖମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ଜୟନ୍ତୀ । ସାରା ରାଜ୍ୟରେ ବିଜୁ ବାବୁ ଜୟନ୍ତୀକୁ ରାଜ୍ୟସ୍ତରୀୟ ପଂଚାୟତରାଜ ଦିବସ ରୂପେ ମଧ୍ୟ ପାଳନ କରାଯାଉଛି । ଏନେଇ କଟକ ବାଲିଯାତ୍ରା ପଡିଆରେ ବ୍ୟାପକ ଆୟୋଜନ କରାଯାଇଛି । କ୍ରୀଡା ଓ ଯୁବ ବ୍ୟାପର ବିଭାଗ ପକ୍ଷରୁ ମିନି ମାରାଥନ୍ ଆୟୋଜନ କରାଯାଇଛି । ସୂଚନାନୂସାରେ ଏହି ମାରାଥନ୍ ବିଜୁ ପଟ୍ଟନାୟକ ପାର୍କ ନିକଟରୁ  ବାହାରି ଏଜି ଛକ, ରାଜଭବନ ଛକ, ପାୱାର ହାଉସ୍ ଛକ ଦେଇ କଳିଙ୍ଗ ଷ୍ଟାଡିୟମରେ ପହଁଚିଛି । ସେପଟେ ବାଲିଯାତ୍ରା ପଡିଆରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଏସସିବି ମେଡିକାଲ କଲେଜର ନବକଳେବର ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କଟକ ଜିଲ୍ଲାପାଳ, ଡିସିପି ଏବଂ ସିଏମସି କମିଶନର ସବୁ ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here