ଅପରାଧୀଙ୍କ ଦେହରେ ଲଗାଯିବ ଜିପିଏସ

0
27

ଅପରାଧୀଙ୍କ ଦେହରେ ଲଗାଯିବ ଜିପିଏସ ଟ୍ୟାଗ | ଆଉ ଅପରାଧ ଘଟାଇବା ପୂର୍ବରୁ ଅପରାଧୀଙ୍କୁ ଚିହ୍ନଟ କରି ଘଟଣାସ୍ଥଳରେ ପହଂଚିବ ପୁଲିସ | ବିଶ୍ୱରେ ପ୍ରଥମ ଥର ପାଇଁ ଏଭଳି ପ୍ରକ୍ରିୟା ବ୍ରିଟେନରେ ଆରମ୍ଭ ହେବାକୁ ଯାଉଛି | ସାଧାରଣତଃ ଦେଖାଯାଏ ଯେ ଜେଲରୁ ମୁକୁଳିବା ପରେ ଅପରାଧୀମାନେ ଅନ୍ୟ ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଥାଏ | ବ୍ରିଟେନରେ ଏଭଳି ବଢୁଥିବା ମାମଲାକୁ ଧ୍ୟାନରେ ରଖି ସରକାର ଅପରାଧୀଙ୍କ ଶରୀରରେ ଜିପିଏସ୍ ଟ୍ୟାଗ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।ନୂତନ ନିୟମ ଅନୁଯାୟୀ, ଯେଉଁମାନେ ଏକ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡ ପାଇବେ ସେମାନଙ୍କ ଶରୀରରେ ଜିପିଏସ୍ ଟ୍ୟାଗ ଲଗାଯିବ | ବ୍ରିଟେନ ସରକାର କହିଛନ୍ତି ଯେ ଏହି ପଦକ୍ଷେପ ଦ୍ୱାରା ଅପରାଧୀଙ୍କ ଉପରେ ନଜର ରଖିବାକୁ ପୁଲିସ ସକ୍ଷମ ହେବ | ୨୪ ଘଣ୍ଟା ଧରି ଅପରାଧୀଟିଏ କେଉଁଠି କଣ କରୁଛି, ତା ଉପରେ ପୁଲିସ ନଜର ରଖିପାରିବ | ତେବେ ଜିପିଏସ୍ ଟ୍ୟାଗ୍ ଲଗାଇବା ଦ୍ୱାରା ଦୁଇଟି ଲାଭ ହେବ, ପ୍ରଥମେ, ପୁଲିସ ଅପରାଧୀଙ୍କୁ ଅନ୍ୟ କୌଣସି ଅପରାଧ ଘଟାଇବା ପୂର୍ବରୁ ଧରିପାରିବେ |ଆଉ ଯଦି ବି ଅପରାଧୀ ଅପରାଧ ଘଟାଇବା ପରେ ମଧ୍ୟ ପୁଲିସ ଲୋକେସନ ଯାଞ୍ଚ କରି ଧରିପାରିବେ | ସେହିପରି ଜିପିଏସ ଟ୍ୟାଗ ଦ୍ୱାରା ପୁଲିସଙ୍କୁ ବଳିଷ୍ଠ ପ୍ରମାଣ ଯୋଗାଡ଼ରେ ମଧ୍ୟ ସାହାଯ୍ୟ ମିଳିବ | ଯଦି ବ୍ରିଟେନ ଏହି ଯୋଜନାରେ ସଫଳ ହୁଏ, ତେବେ ଏହା ବିଶ୍ୱରେ ପ୍ରଥମ ହେବ। କାରଣ ଏପର୍ଯ୍ୟନ୍ତ କୌଣସି ଦେଶରେ ଏଭଳି ବ୍ୟବସ୍ଥା ନାହିଁ।

LEAVE A REPLY

Please enter your comment!
Please enter your name here