ଆପଣଙ୍କର ଘିଅ ପସନ୍ଦ କି? ତାହାଲେ ଜାଣିନ୍ତୁ କଣ ରହିଛି ଏଥିରେ ଫାଇଦା…

0
374
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଆପଣଙ୍କୁ ଘିଅ ପସନ୍ଦ କି? ତାହାଲେ ଘିଅ ଖାଇଲେ କଣ କଣ ଫାଇଦା ମିଳେ ତାହା ବି ଜାଣନ୍ତୁ ।

ଘିଅ ଖାଲେ ଶରୀରର ଛୋଟ ବଡ ସମସ୍ୟା ସବୁ ଦୂର ହୋଇଥାଏ । ଯେମିତିକି ପାଚନତନ୍ତ୍ର ଠିକ୍ ରହିବା ଏବଂ ତ୍ୱଚା ଓ କେଶ ସୁସ୍ଥ ରହିବା ଭଳି ଉପକାରୀ ଗୁଣ ମଧ୍ୟ ଘିଅରେ ଥାଏ । ସକାଳ ଜଳଖିଆ ମହତ୍ୱପୂର୍ଣ୍ଣ ହୋଇଥିବା ବେଳେ ତାପୂର୍ବରୁ ଗୋଟିଏ ଚାମଚ ଗାଈ ଘିଅ ଖାଇବା ଉଚିତ୍ । ଏହାଦ୍ୱାରା ଶରୀରକୁ ଏର୍ନଜୀ ମିଳିଥାଏ । ଖାଲି ପେଟରେ ଘିଅ ଖାଇବା ଦ୍ୱାରା ଶରୀରରେ କୋଷ ପୂର୍ନଜୀବିତ ହୋଇଥାଆନ୍ତି । ଫଳରେ ତ୍ୱଚାରେ ଚମକ ଆସିବା ସହ ମୁଲାୟମ ହୋଇଥାଏ । ସବୁଦିନ ଘିଅ ଖାଇବା ଦ୍ୱାରା ଆଣଣ୍ଠୁଗଣ୍ଠି ରୋଗରୁ ଉପଶମ ମିଳିଥାଏ ।ସକାଳେ ଖାଲି ପେଟରେ ଘିଅ ଖାଇବା ଦ୍ୱାରା ସ୍ମୃତିଶକ୍ତି ବୃଦ୍ଧି ହୋଇଥାଏ । ତେବେ ଘିଅ ସବୁବେଳେ ଖାଇଲେ ଓଜନ ବଢ଼ିବା ସହ କଲେଷ୍ଟ୍ରୋଲ ବଢ଼ିବା ଏକ ଭୂଲ ଧାରଣା । ସତକଥା ହେଲା ୫ରୁ ୧୦ଏମଏଲ୍ ଘିଅ ଖାଇଲେ ଶରୀରରେ ମେଟାବୋଲିଜିମର ରେଟ୍ ବଢ଼ିଥାଏ । ଆହୁରି ମଧ୍ୟ ଖାଲି ପେଟରେ ଘିଅ ଘାଇଲେ କେଶ ସମ୍ବଦ୍ଧିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

LEAVE A REPLY

Please enter your comment!
Please enter your name here