ଉତ୍ତରାଖଣ୍ଡରେ ଗ୍ଲାସିୟର୍ ଫାଟିଲା

0
32

ନୂଆଦିଲ୍ଲୀ: ଋଷିଗଙ୍ଗା ନଦୀର ଉପରମୁଣ୍ଡରେ ରହିଥିବା ଚାମୋଲି ଜିଲ୍ଲାର ତପୋବନ ଅଞ୍ଚଳରେ ନନ୍ଦା ଦେବୀ ଗ୍ଲାସିୟରର ଗୋଟିଏ ଅଂଶ ଭୁଶୁଡ଼ି ପଡ଼ିବାରୁ (ହିମସ୍ଖଳନ) ୧୭୦ରୁ ଅଧିକ ଲୋକ ଭାସି ଯାଇଥିବାର ଆଶଙ୍କା କରାଯାଉଛି। ବର୍ତମାନ ସୁଦ୍ଧା ୧୯ ଜଣଙ୍କର ଶବ ଉଦ୍ଧାର କରାଯାଇଥିବା ବେଳେ ଋଷିଗଙ୍ଗା ନଦୀରେ ନିର୍ମାଣାଧୀନ ଏକ ବିଦ୍ୟୁତ୍ ପ୍ରକଳ୍ପ ଭାସିଯାଇଥିବାରୁ ଏଥିରେ କାର୍ଯ୍ୟରତ ୨୦୨ଜଣ ଶ୍ରମିକ ମଧ୍ୟ ଭାସିଯାଇଥିବା ଅନୁମାନ କରାଯାଇଛି।ତେବେ ଚମୋଲିର ତପୋବନ ନିକଟ ଏକ ଟନେଲରେ ଫସି ରହିଥିବା ୧୬ ଜଣ ଲୋକଙ୍କୁ ଆଇଟିବିପି ଯବାନମାନେ ଉଦ୍ଧାର କରିଥିଲେ। ସେହିପରି ଅନ୍ୟ ନିଖୋଜମାନଙ୍କୁ ଉଦ୍ଧାର କରିବା ଲାଗି ଆଇଟିବିପିର ୨୫୦ ଯବାନଙ୍କ ସମେତ ଭାରତୀୟ ବାୟୁସେନାର ତିନିଟି ହେଲିକପ୍ଟର ନିୟୋଜିତ ଅଛନ୍ତି। ଏନଡିଆରଏଫ୍ ଦଳ ସହ ରାଜ୍ୟ ପୁଲିସ ଓ ରାଜ୍ୟ ଦୁର୍ବିପାକ ପରିଚାଳନା ବଳର ସଦସ୍ୟମାନେ ମଧ୍ୟ ଉପକୂଳବାସୀମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।ଉତ୍ତରାଖଣ୍ଡର ରାଇନି ଗ୍ରାମ‌ରେ ବସବାସ କରୁଥିବା ୫୦ବର୍ଷୀୟ ଧରମ ସିଂହ କହନ୍ତି, ପ୍ରତ୍ୟେକ ଦିନ ଭଳି ରବିବାର ସକାଳେ ସବୁ କିଛି ସ୍ୱାଭାବିକ ଥିଲା। କିନ୍ତୁ ପ୍ରାୟ ୧୦ ଟା ବେଳେ ଆମେ ଏକ ଉଚ୍ଚ ଶବ୍ଦ ଶୁଣିବାକୁ ପାଇଥିଲୁ। ସେହି ସମୟରେ ଋଷିଗଙ୍ଗା ନଦୀର ଜଳ ଏବଂ କାଦୁଅ ଆମ ଆଡକୁ ମାଡ଼ି ଆସୁଥିଲା। କ’ଣ ହେଉଛି ତାହା ଆମେ ବୁଝିବା ପୂର୍ବରୁ ସବୁକିଛି ନଦୀରେ ଭାସି ଯାଇଥିଲା।

LEAVE A REPLY

Please enter your comment!
Please enter your name here