ଉଦଘାଟନ ହେଲା ଗାନ୍ଧୀ ଶାନ୍ତି କେନ୍ଦ୍ର

0
151
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଭୁବନେଶ୍ୱର ଖଣ୍ଡଗିରିରେ ଉଦ୍‌ଘାଟନ ହେଲା ଗାନ୍ଧୀ ଶାନ୍ତି କେନ୍ଦ୍ର । ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ୫ଏକର ଜାଗା ଏହି ସଂଗ୍ରହାଳୟ ନିର୍ମିତ ହୋଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ଏହି ଶାନ୍ତି କେନ୍ଦ୍ରକୁ ସ୍ଥାପିତ କରାଯାଇଥିବା ବିର୍ଲାଗ୍ରୁପର ପକ୍ଷରୁ ସୂଚନା ମିଳିଛି । ମଙ୍ଗଳବାର ଠାରୁ ରବିବାର ପର୍ଯ୍ୟନ୍ତ ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ । ସୂଚନାନୂସାରେ ଭୁବନେଶ୍ୱରର ଖଣ୍ଡଗିରି ନିକଟସ୍ଥରେ ୨୦୧୩ ମସିହାରେ ନିର୍ମାଣ ହୋଇଥିବା ଏହି ବ୍ୟାଖ୍ୟାନ କେନ୍ଦ୍ର ୫ବର୍ଷ ହେବ ପରିତ୍ୟକ୍ତ ଅବସ୍ଥାରେ ପଡି ରହିବା ପରେ ସେଠାରେ ଗାନ୍ଧୀ ଶାନ୍ତି କେନ୍ଦ୍ର କରିବାକୁ ନିଷ୍ପତି ହୋଇଥିଲା । ସେତେବେଳେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଆଦିତ୍ୟ ବିର୍ଲା ଫାଉଣ୍ଡେସନ ସହ ଆଲୋଚନା କରିବା ପରେ ଫାଉଣ୍ଡେସନ୍ ଏହାକୁ ନୂଆ ରୂପ ଦେବାକୁ ସମ୍ମତି ପ୍ରକାଶ କରିଥିଲା । ପରେ୨୦୧୭ରେ ପର୍ଯ୍ୟଟନ ବିଭାଗ ଓ ଆଦିତ୍ୟ ବିର୍ଲା ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହେଲା ପରେ ୨୦୧୮ ସୁଦ୍ଧା ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ କୌଣସୀ କାରଣ ବସତଃ ଏହା ବିଳମ୍ବ ହେବା ପରେ ଶେଷରେ ଆଜି ଶୁଭ ଉଦ୍‌ଘାଟନ୍ ହୋଇଛି ।

LEAVE A REPLY

Please enter your comment!
Please enter your name here