ନଈରେ ନିଆଁ । ଆଶ୍ଚର୍ଯ୍ୟ ଲାଗୁଛି ନା?

0
461

ନଈରେ ନିଆଁ । ଆଶ୍ଚର୍ଯ୍ୟ ଲାଗୁଛି ନା? ହଁ ଆଜ୍ଞ କଥା ଟା ସତ ଘଟଣା । ଆସାମର ଦିବ୍ରୁଗଡ ନିକଟ ସାସୋନି ଗାଁ ନିକଟ ଦିହିଙ୍ଗ୍ ନଦୀରେ ଲାଗିଛି ନିଆଁ । ଅଏଲ ଇଣ୍ଡିଆ ଲିମିଟେଡର ପାଇପ୍ ଲାଇନ୍ ବ୍ଲାଷ୍ଟ ହେବା ପରେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ନିଆଁକୁ ଆୟତ କରିବାରେ ବିଫଳ ହୋଇଛି ସ୍ଥାନୀୟ ପ୍ରଶାସନ । ଅନ୍ୟପଟେ ପାଣି ଉପରେ କ୍ରୁଡ ଅଏଲର ବହଳ ଆସ୍ତରଣରେ ଲାଗିଥିବା ନିଆଁ ଯୋଗୁଁ ପୁରା ପରିବେଶ ଧୁଆଁମୟ ହୋଇଯାଇଛି । ଅନ୍ୟପଟେ ନଦୀରେ ନିଆଁ ଲାଗିଯାଇଥିବାରୁ ସ୍ଥାନୀ ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି । ତେବେ କୌଣସୀ ଦୁର୍ବୃତ ଅଏଲ ଇଣ୍ଡିଆ ଲିମିଟେଡର ପାଇପ୍ ଲାଇନ୍ ନିଆଁ ଳଗାଇଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here