ଏଥର ଫିଲ୍ମ ଫ୍ରାଇଡେରେ ଡବଲ ଧମାଲ

0
347
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଏଥର ଫିଲ୍ମ ଫ୍ରାଇଡେରେ ହେବ ଡବଲ ଧମାଲ । ପରଦାକୁ ଆସୁଛି ଦୁଇ ଦୁଇଟି ବଡ ଫିଲ୍ମ । ଗୋଟିଏ ପଟେ ଆୟୁଷ୍ମାନ ଖୁରାନାଙ୍କ ଶୁଭ ମଙ୍ଗଲ ଜ୍ୟାଦା ସାବଧାନ ଆସୁଥିବାବେଳେ ତାଙ୍କୁ ଟକ୍କର ଦେବାକୁ ମଇଦାନକୁ ଆସୁଛି ଭିକ୍କି କୌଶଲଙ୍କ ଫିଲ୍ମ ଭୂତ । ଶୁଭ ମଙ୍ଗଲମ୍ ଜ୍ୟାଦା ସାବଧାନର କାହାଣୀ ସମଲିଙ୍ଗୀ ସର୍ମ୍ପକ ଉପରେ ପର୍ଯ୍ୟବେସିତ ହୋଇଥିବାବେଳେ ଭୂତ ଫିଲ୍ମ ଟି ଏକ ହରର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି । ତେବେ ଦୁଇଟି ଯାକ ଫିଲ୍ମରେ ଭରି ରହିଛି ଲଭ୍ ରୋମାନ୍ସ, କମେଡି, ଥ୍ରୀଲର ଓ ହରରର ତଡକା । ଶୁଭ ମଙ୍ଗଲମ୍ ଜ୍ୟାଦା ସାବଧାନ ଫିଲ୍ମ ଟି ୨୦୧୭ରେ ରିଲିଜ୍ ହୋଇଥିବା ଶୁଭ ମଙ୍ଗଲମର ଦ୍ୱିତୀୟ ଭାବ ସେଥିରେ ଆୟୁଷ୍ମାନ ଲିଡ୍ ରୋଲରେ ଥିବାବେଳେ ଏଥିରେ ମଧ୍ୟ ଲିଡ୍ କ୍ୟାରେକ୍ଟରରେ ନଜର ଆସିବେ । ଆୟୁଷ୍ମାନଙ୍କ ବ୍ୟତିତ ଜିତେନ୍ଦ୍ର କୁମାର,ନୀନା ଗୁପ୍ତା,ଗଜରାଜ ରାଓ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ହିତେଶ କୱଲ ।

ସେହିପରି ଭୂତ ଫିଲ୍ମରେ ଭିକ୍କିଙ୍କ ସହିତ ଭୂମି ପେଡନାକର ଲିଡ୍ ରୋଲରେ ନଜର ଆସିବେ । ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଭାନୁ ପ୍ରତାପ ସିଂହ । ଏହି ଫିଲ୍ମର ଟ୍ରେଲର ରିଲିଜ୍ ହେବା ପରେ ଏହାକୁ ବେଶ୍ ପସନ୍ଦ କରାଯାଇଛି । ଭିକ୍କି ଓ ଭୂମିଙ୍କ ବ୍ୟତିତ ଆଶୁତୋଷ ରାଣା ଓ ସିଦ୍ଧାନ୍ତ କପୁର ଅଭିନୟ କରିଛନ୍ତି । ଲଗାତାର ହରର ଫିଲ୍ମ ଫ୍ଲପ୍ ହେଉଥିବାରୁ ଏହି ଫିଲ୍ମକୁ ନେଇ ବହୁତ ଆଶବାଦୀ ଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here