ରିଲିଜ୍ ଡେଟ୍ ଚେଞ୍ଜ ..

0
238
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଖିଲାଡି ମାଷ୍ଟର ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ୍ ଡେଟ୍ ଚେଂଞ୍ଜ ହୋଇଛି । ପୂର୍ବରୁ ଏହି ଫିଲ୍ମର ରିଲିଜ୍ ତାରିଖ ମାର୍ଚ୍ଚ ୨୭ ତାରିଖ ଘୋଷଣା ହୋଇଥିବାବେଳେ ଏହା ୩ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୨୪ ତାରିଖରେ ରିଲିଜ୍ ହେବ ବୋଲି ଜଣାପଡିଛି ।

ଏନେଇ ଅକ୍ଷୟ ସୋଶିଆଲ ମିଡିଆରେ ଏକ ଭିଡିଓ ଶେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି କି କ୍ରାଇମ୍ ପାଇଁ ଆଉ ସମୟ ନାହିଁ କାରଣ ପୋଲିସ୍ ଆସୁଛି । ଏହି ଭିଡିଓରେ ସିମ୍ବା ଫିଲ୍ମର ମୁଖ୍ୟ ଅଭିନେତା ରଣବୀର ସିଂହ, ସଙ୍ଘମ୍‌ର ଅଭିନେତା ଅଜୟ ଦେବଗନ୍ ଏବଂ ସୂର୍ଯ୍ୟବଂଶୀର ଅଭିନେତା ଅକ୍ଷୟ କୁମାର ନଜରରେ ଆସିଛନ୍ତି । ଏମାନଙ୍କ ପାଖକୁ ଛୋଟ ଛୋଟ ପିଲାମାନେ କାଗଜ ନେଇ ଯାଉଛନ୍ତି ଆଉ ସେଥିରେ ରିଲିଜ୍ ଡେଟ୍ ମାର୍ଚ୍ଚ ୨୪ ବୋଲି ଲେଖା ଯାଇଛି । ଆଉ ୩ଜଣ ଏହାକୁ ମଞ୍ଜୁରୀ କରୁଥିବା ମଧ୍ୟ ଭିଡ଼ିଓ ରେ ଦେଖିବାକୁ ମିଳିଛି । ସୂଚନାନୂସାରେ ସୂର୍ଯ୍ୟବଂଶୀ ହେଉଛି ରୋହିତ୍ ଶେଟ୍ଟୀଙ୍କର ପୋଲିସ୍ ସରିଜ୍‌ର ଚତୁର୍ଥ ଫିଲ୍ମ । ଫିଲ୍ମର ଟ୍ରେଲର ମାର୍ଚ୍ଚ୨ରେ ରିଲିଜ୍ ହେବ । ବହୁ ଦିନର ବ୍ୟବଧାନ ପରେ ପୁଣି ଅକ୍ଷୟ ଓ କ୍ୟାଟ୍ରିନା ଯୋଡି ପରଦାରେ ଦେଖିବାକୁ ମିଳିବ ।

LEAVE A REPLY

Please enter your comment!
Please enter your name here