ଆପଣଙ୍କ ପେଟ ଫୁଲୁଛି କି? ପେଟ ଓଜନ ଲାଗୁଛି କି? ଆପଣଙ୍କୁ ହୋଇଥାଇପାରେ ଏହି ରୋଗ…

0
403
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଆପଣଙ୍କ ପେଟ ଫୁଲୁଛି କି ଅବା ଖୁବ୍ ଟାଇଟ୍ ଲାଗୁଛି କି? ତାହାଲେ ଏସବୁ ଲକ୍ଷଣକୁ ନଜର ଅନ୍ଦାଜ୍ କରନ୍ତୁ ନାହିଁ । ଖରାପ ଖାଦ୍ୟ ପାନୀୟ ତଥା ଭୁଲ୍ ଜୀବନ ଶୈଳୀ ପୁରୁଷଙ୍କ ସହିତ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇଥାଏ । ଫଳରେ ଶରୀର କିଛି କିଛି ସ୍ଥାନ ଫୁଲିବା ଆରମ୍ଭ ହୁଏ । ତେବେ ସବୁଠାରୁ ଚିନ୍ତାର ବିଷୟ ହେଲା କି ପେଟ ଫୁଲିବା । ତେବେ ଏସବୁ ହେଲେ ଆପଣ ମୋଟା ହୋଇ ଗଲେଣି ଭାବିବେ । କିନ୍ତୁ ପରବର୍ତୀ ସମୟରେ ଏହା ଗୁରୁତର ସମସ୍ୟା ସୃଷ୍ଟି କରିଥାଏ । ଆଜି ଆସନ୍ତୁ ଜାଣିବା ପେଟ ଫୁଲିବା ସମସ୍ୟାରୁ ସୃଷ୍ଟି ହେଉଥିବା ୫ଟି ରୋଗ ବିଷୟରେ ।

୧.ପେଟ୍ ଟାଇଟ୍ ଲାଗିଲେ- ଯଦି ଆପଣ ଅଳ୍ପ ଖାଇଲେ ମଧ୍ୟ ପେଟ୍ ଟାଇଟ୍ ଲାଗୁଛି ଏବଂ ପେଟ ଫୁଲିବା ଭଳି ଦେଖାଯାଉଛି । ତାହାଲେ ଏ ସମସ୍ୟାକୁ ହାଲୁକାରେ ନିଅନ୍ତୁ ନାହିଁ । କାରଣ ଏହା ଅନ୍ତଃସ୍ଥଳରେ ଥିବା ସମସ୍ୟା ଯୋଗୁଁ ହିଁ ହେଉଥାଏ । ଏହା ଦ୍ୱାରା ମଧ୍ୟ ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ରୋଗ ସୃଷ୍ଟି କରେ । ଏହାକୁ ହାଲୁକା ଭାବେ ନନେଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

୨.ଲିଭର ଖରାପର ସଙ୍କେତ- ଯଦି ପେଟ ଫୁଲୁଛି ତାହାଲେ ଲିଭର ଖରାପର ସଙ୍କେତ ମଧ୍ୟ ହୋଇପାରେ ।ଲିଭରରେ ଫ୍ୟାଟ ଜମିଯିବା, ମଦ୍ୟପାନ କରିବା, ହେପାଟାଇସ୍ କିମ୍ବା ମେଡିସିନର ସାଇଡ୍ ଇଫେକ୍ଟ କାରଣରୁ ମଧ୍ୟ ଏମିତି ହୋଇପାରେ । ଡାକ୍ତରଙ୍କ ପରାମର୍ଶ କରି ମେଡିସିନ୍ ଖାଆନ୍ତୁ ।

୩. ପାନକ୍ରିଆଜ୍ କ୍ୟାନସର-ଲଗାତାର ଭାବେ ଯଦି ଆପଣଙ୍କ ଓଜନ କମ୍ ହେଉଥାଏ । ପେଟର ଉପର ଅଂଶରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତାହାଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।


୪. ଗର୍ଭାଶୟର କ୍ୟାନସର- ମହିଳା ମାନଙ୍କର ଗର୍ଭାଶୟରେ କ୍ୟାନସର ଯୋଗୁଁ ମଧ୍ୟ ପେଟ ଫୁଲି ଯାଇଥାଏ ।ଗର୍ଭାଶୟର ନିମ୍ନ ଭାଗରେ ଯନ୍ତ୍ରଣା ଅନୁଭବ ହେବା ସହ ଓଜନିଆ ମଧ୍ୟ ଲାଗିଥାଏ । ତେବେ ଏହା ୫୦ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମଧ୍ୟରେ ଏହା ଦେଖାଯାଇଥାଏ । ଠିକ୍ ସମୟରେ ଯାଇ ଚିକିତ୍ସା କରାଇ ନିଅନ୍ତୁ ।


୫.ପେଟ କ୍ୟାନସର-ପେଟରେ କ୍ୟାନସର ହେଲେ ସହଜରେ ଜାଣି ହୁଏ ନାହିଁ । ବାରମ୍ବାର ଓଜନ କମ୍ ହେଉଛି , ବାନ୍ତି ଲାଗୁଛି କିମ୍ବା କିଛି ଇନଫେକ୍ସନ ହେଲା ଭଳି ଲାଗୁଛି ତାହାଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

LEAVE A REPLY

Please enter your comment!
Please enter your name here