ଫେବ୍ରୁଆରି ୧୬ରୁ ଫାସଟ୍ୟାଗ ନଥିିଲେ ଦେବାକୁ ପଡ଼ିବ ଦୁଇଗୁଣା ଟୋଲ୍

0
102

ନୂଆଦିଲ୍ଲୀ: ଫାସଟ୍ୟାଗ ନଥିଲେ ଏଣିକି ଟୋଲଗେଟରେ ଦେବାକୁ ପଡ଼ିବ ଦୁଇଗୁଣା ପଇସା । କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଫେବ୍ରୁଆରି ୧୫ ମଧ୍ୟରାତ୍ରିରୁ ବାଧ୍ୟତାମୂଳକ ଭାବେ ଲାଗୁ ହେବ ଫାସଟ୍ୟାଗ । ନୂଆବର୍ଷରୁ ଏହାକୁ ଲାଗୁ କରିବାକୁ କେନ୍ଦ୍ର ପରିବହନ ମନ୍ତ୍ରାଳୟ ଘୋଷଣା କରିଥିଲେ । କିନ୍ତୁ ପରେ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା ।ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ଯେ, ସରକାର ପୂର୍ବରୁ ଫାସଟ୍ୟାଗ ପଞ୍ଜୀକରଣର ତାରିଖ ସୀମାକୁ ଦୁଇ-ତିନି ଥର ବୃଦ୍ଧି କରିଛନ୍ତି। କିନ୍ତୁ ବର୍ତ୍ତମାନ ଏହାର ଅବଧିକୁ ଆଗକୁ ବୃଦ୍ଧି କରାଯିବନାହିଁ। ବର୍ତ୍ତମାନ, ସମସ୍ତେ ତୁରନ୍ତ ଫାସଟ୍ୟାଗ କିଣିନେବା ଉଚିତ୍।

LEAVE A REPLY

Please enter your comment!
Please enter your name here