ଢ଼େଙ୍କାନାଳ ବନ୍ଦ

0
333
ABC
ABC

ଢ଼େଙ୍କାନାଳରେ ଥିବା ପୁରୁଣା ହସ୍ପିଟାଲକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ଆଜି ୧୨ ଘଂଟିଆ ଢ଼େଙ୍କାନାଳ ବନ୍ଦ ପାଳନ ହେଉଛି । ନାଗରିକ କାର୍ଯ୍ୟାନୁଷ୍ଠାନ କମିଟି ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରାରେ ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀଙ୍କ ସହ ବଣିକ ସଙ୍ଘ, ଓକିଲ ସଙ୍ଘ ସାମିଲ ହୋଇଛନ୍ତି । ଏହା ପ୍ରଭାବରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିବା ସହ ଗାଡି ମଟର ଚଳାଚଳ ମଧ୍ୟ ଠପ୍ ହୋଇଛି । ତେବେ ଦୀର୍ଘ ଦିନର ଦାବିକୁ ରାଜ୍ୟ ସରକାର ଉପେକ୍ଷା କରୁଥିବାରୁ ଏହି ବନ୍ଦ ପାଳନ କରାଯାଉଥିବା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଉଛି ।

LEAVE A REPLY

Please enter your comment!
Please enter your name here