ବାଜି ମାରିନେଲେ ରୂପେଶ

0
558
BBM
BBM

ଆଚିଭରର୍ସ ନ୍ୟୁଜ: ସରିଛି ବଲିଉଡର ଫେମସ୍ କୋରିଓ ଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି ସୌଜାଙ୍କର ରିୟଲିଟି ସୋ ଡ୍ୟାନ୍ସ +୫ । ଏହି ସିଜିନିର ବିଜେତା ହୋଇଛନ୍ତି ରୂପେଶ ବାନେ । ତେବେ ରୂପେଶ ମାଷ୍ଟ୍ରର ଧର୍ମେଶଙ୍କର ଟିମ୍‌ରେ ଥିଲେ । ଫାଇନାଲରେ ରୂପେଶଙ୍କୁ ଟକ୍କର ଦେଇଥିଲେ ଜନମ୍ ଡ୍ୟାନ୍ସ ଗ୍ରୁପ୍‌,ସଂଚିତା-ସୁବ୍ରତ ଓ ଦୀପିକା । ଏସମସ୍ତଙ୍କୁ ମାତ୍ ଦେଇ ରୂପେଶ ପିନ୍ଧିଛନ୍ତି ବିଜୟ ମୁକୁଟ । ଜମନ ଡ୍ୟାନ୍ସ ଗ୍ରୁପ୍ ରନର୍ସ ଅପ୍ ହୋଇଛନ୍ତି । ଜଜ୍ ରେମୋ ହିଁ ବିଜେତାଙ୍କର ନାଁ ଘୋଷଣା କରିଥିଲେ । ଅତିଥିଭାବେ ଆସିଥିବା ମିଥୁନ୍ ଚକ୍ରବର୍ତୀ ଓ ଧମେନ୍ଦ୍ର ୧୫ଲକ୍ଷ୍ୟ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ । ରୂପେଶ ବିଜୟୀ ହେବା ପରେ ଭାବବିହ୍ୱଳ ହୋଇ ପଡିଥିଲେ । ଧର୍ମେଶ ନିଜ ସୋସିଆଲ ମିଡିଆରେ ଶେୟାର କରି ଖୁସି ବ୍ୟକ୍ତ କରିଛନ୍ତି । ଗ୍ରାଣ୍ଡ ଫାଇନାଲରେ ବଲିଉଡର ବଡବଡ ସେଲିବ୍ରେଟ ଯୋଗ ଦେଇଥିଲେ । ଧମେନ୍ଦ୍ର ଓ ମିଥୁନ୍‌ଙ୍କ ବ୍ୟତିତ ଗାୟକ ଗୁରୁ ରନ୍ଧୱା, ଟାଇଗର ଶ୍ରଫ୍ ଓ ଶ୍ରଦ୍ଧା କପୁର ମଧ୍ୟ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here