ଆପଣଙ୍କର ଆଜି ଖଟା ମିଠା ଓ ରାଗ ଫ୍ଲେଭରର କିଛି ଖାଇବାକୁ ଇଚ୍ଛା ହଉଛି କି? ତାହାଲେ ଦେଖନ୍ତୁ ଏହି ଡିସ୍‌…

0
291
bbm
bbm

ଆଚିଭରର୍ସ ନ୍ୟୁଜ୍‌: ଖାଇବା ସମସ୍ତଙ୍କୁ ପସନ୍ଦ । ତାହା ପୁଣି ଜଦି ଖଟା ମିଠା, ରାଗର ଫ୍ଲେଭର ଆସିଲା ତାହାଲେ କଥା ସରିଲା । ଖାଦ୍ୟରେ ପୁରା ଚାରଚାନ୍ଦ ଲାଗିଯାଏ । ତାହାଲେ ଚାଲନ୍ତୁ ଆଜି ଜାଣିବା ଏମତି ଗୋଟେ ଡିସ୍ ବିଷୟରେ ଯାହା ଆପଣଙ୍କୁ ବନେଇବା ଅତି ସହଜ ହୋଇଥିବା ଏବଂ ପାଟିକୁ ମଧ୍ୟ ଭାରି ସୁଆଦିଆ ଲାଗିଥାଏ । ତାହାଲେ ଚାଲନ୍ତୁ ଜାଣିବା ଆଜିର ଡିସ୍ ବିଷୟରେ ।
 ଗୁଜୁରାଟୀ ଦହିକଡି
ଗୁଜୁରାଟୀ ଦହିକଡି ପାଇଁ ଆବଶ୍ୟକୀୟ ସାମଗ୍ରୀହେଲା, ଦହି ଗୋଟେ ବାଉଲ, ୩ଚାମଚ ବେସନ, ୨ଟି କଂଚା ଲଙ୍କା, ଖଣ୍ଡେ ଛୋଟ ଅଦା ଛୋଟ ଛୋଟ କଟା ଯାଇଥିବା, ଅଧଚାମଚ ପଂଚଫୁଟଣ,୧୦ଟି ଭୃସୁଙ୍ଗା ପତ୍ର, ୨ଚାମଚ ଖାଇବା ତେଲ, ଅଧାଚାମଚ ହଳଦୀ ଗୁଣ୍ଡ, ୨ଟେଳା ଗୁଡ ଏବଂ ସ୍ୱାଦଅନୂସାରେ ଲୁଣ ।

ପ୍ରଣାଳୀ: ପ୍ରଥମେ ଗୋଟିଏ ବାଉଲରେ ଦହି ନିଅନ୍ତୁ । ସେଥିରେ ବେସନ, ହଳଦୀ ଗୁଣ୍ଡ,ଲୁଣ, ଭଲଭାବେ ମିଶାଇଦିଅନ୍ତୁ । ପରେ ଗ୍ୟାସ ଅନ୍ କରି କରେଇ ଗରମ କରନ୍ତୁ । ଗରମ ହେଲାପରେ ତେଲ ଦିଅନ୍ତୁ । ସେଥିରେ ପଂଚଫୁଟଣ ପକାନ୍ତୁ । ଭଲଭାବେ ଫୁଟଣ ଫୁଟିଗଲା ପରେ ସେଥିରେ କଟା ହୋଇଥିବା ଅଦା ପକାଇ କିଛି ସମୟ ଭାଜନ୍ତୁ । ଅଦା ଟିକେ ଭାଜି ହୋଇଗଲେ ସେଥିରେ କଂଚା ଲଙ୍କା ଓ ଭୃସୁଙ୍ଗା ପତ୍ର ପକାନ୍ତୁ । ଟିକେ ପରେ ମିଶାଇ ରଖିଥିବା ଦହିକୁ ସେଥିରେ ଛୁଙ୍କ କରନ୍ତୁ । ଦହି ଟିକେ ଫୁଟି ଆସିଲେ ଆବଶ୍ୟକ ଅନୁସାରେ ଗୁଡ ଓ ଲୁଣ ପକାନ୍ତୁ । ମନେ ରଖିବେ ଏହାକୁ ଘୋଡାଇବେ ନାହିଁ ଏବଂ ଗ୍ୟାସର ଆଂଚକୁ ସ୍ଲୋରେ ରଖିବେ । ଭଲ ଭାବେ ଫୁଟି ବହଳିଆ ହୋଇଗଲେ ଗ୍ୟାସକୁ ବନ୍ଦ କରିଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଗୁଜୁରାଟୀ ଦହିକଡି । ଗରମ ଭାତଓ ରୁଟି ସହ ଖାଇପାରିବେ ।

LEAVE A REPLY

Please enter your comment!
Please enter your name here