ଭୁବନେଶ୍ୱର ଓ କଟକରେ କମିଶନରେଟ ପୋଲିସର କଡ଼ା ଯାଞ୍ଚ

0
6

ଭୁବନେଶ୍ୱର: ପୁଣି ଲାଗୁ ହେଲା ସପ୍ତାହାନ୍ତ ସଟଡାଉନ୍ ନିୟମ। ସକାଳ ୬ଟାରୁ ଏହାକୁ ଲାଗୁ କରାଯାଇଛି। କରୋନା ସଂକ୍ରମଣକୁ ବ୍ରେକ୍ ଦେବାକୁ ରାଜ୍ୟ ସରକାର ପୁଣି ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି। କରୋନାର ଦ୍ୱିତୀୟ ଲହର ଭୟଙ୍କର ହେଉଥିବା ବେଳେ ସଂକ୍ରମଣ ହାର ହ୍ରାସ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ପୁଣି ନିଆଯାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳ ପାଇଁ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରାଯାଇଛି। ଗତ ଶନିବାର ଓ ରବିବାର ମଧ୍ୟ ସପ୍ତାହାନ୍ତ ସଟଉନ୍ ରହିଥିଲା।ତେବେ ଏହି ସଟଡାଉନ ଘୋଷଣା ପରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ କଡ଼ାକଡ଼ି ଚେକିଂ ଓ ବ୍ଲକିଂ ଚାଲିଛି। ଅମାନିଆଙ୍କୁ ଜଗିବାକୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ସଟାଡାଉନ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ।ତେବେ ଏହି ସପ୍ତାହାନ୍ତ ଦୁଇ ଦିନ ସଟଡାଉନ ମଧ୍ୟରେ ସକାଳ ୫ଟାରୁ ୬ଟା ପଯର୍ୟନ୍ତ ଲୋକଙ୍କୁ ପ୍ରାତଃଭ୍ରମଣ ଏବଂ ସାଇକେଲିଂ ପାଇଁ ୧ ଘଣ୍ଟା ଛାଡ଼ କରାଯାଇଛି। ସଟଡାଉନରେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସବୁ କାଯ୍ୟକ୍ରମ ବନ୍ଦ ରହିବ। ଏହି ସମୟରେ ଘରୁ ଲୋକଙ୍କୁ ନବାହାରିବାକୁ ନିବେଦନ କରିଛି ପୋଲିସ। ବାହାର ରାଜ୍ୟକୁ ଲାଗିଥିବା ଜିଲ୍ଲା ଗୁଡିକର ସୀମାରେ ପୋଲିସ ପକ୍ଷରୁ କଡ଼ାକଡ଼ି ପହରା ଦିଆଯାଉଛି। ଖାସ କରି ଅମାନିଆଙ୍କ ଉପରେ ଏହି ସମୟରେ କଡ଼ା ନଜର ରଖିଛି ପୋଲିସ।

LEAVE A REPLY

Please enter your comment!
Please enter your name here