ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ

0
39

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ପଂଙ୍ଗାରସିଂହ ଗ୍ରାମରେ ବେଆଇନ ବାଣ ପ୍ରସ୍ତୁତି ବେଳେ ପ୍ରବଳ ବିସ୍ଫୋରଣ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମେତ ମୋଟ ୩ ଜଣ ଗୁରୁତର ହୋଇଥିବା ଜଣାଯାଇଛି ।ଘରେ ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା ।  ମିଳିଥିବା ସୂଚନାନୁସାରେ ଆଗକୁ ଦୋଳଯାତ୍ରା ଥିବାରୁ ଏବେ ଗାଁ ଗାଁରେ ବାଣ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ସଂଧ୍ୟାରେ ପଙ୍ଗାରସିଂହ ଗ୍ରାମର ଶେକ ସୋରାବ ଖାଁଙ୍କ ଘରେ ଦୋଳଯାତ୍ରା ପାଇଁ ବେଆଇନ ଭାବେ  ଗଛବାଣ, ତୋପ,ଛୋଟ ବମ ତିଆରି ଚାଲୁଥିବା ବେଳେ ଅଚାନକ ବିସ୍ପୋରଣ ଘଟିଥିଲା । ବିସ୍ପୋରଣ ଏତେ ତୀବ୍ରଥିଲା ଯେ ତାଙ୍କ ୨ବଖରା ଘରର ଆଜବେଷ୍ଟସ ଉଡିଯିବା ସହିତ ୪ଜଣ ଗୁରୁତର ହୋଇଥିଲେ । ତୁରନ୍ତ ସେମାନଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ସୁକୁଟି ବିବିଙ୍କର ମୃତ୍ୟୁ ହୋଇଥିବା ବେଳେ, ରୁକୁସାନ ବିବି, ଫାତୁଲାନା ବିବି ଏବଂ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ରାଜ କିଶୋର ଦୋରା,ଏସଡିପିଓ ସୁଶିଲ ମିଶ୍ର ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାଥାଉକି ଗତ ଦୀପାବଳି ସମୟରେ ଶେକ ସୋରାବ ଖାଁ ବେଆଇନ ଭାବେ ବାଣ ତିଆରି କରିବା ଘଟଣାରେ ଜେଲଯାଇଥିଲେବିବାହ, ବ୍ରତ ହେଉ ଅବା ଯାନି ଯାତ୍ରା  ସବୁଠି  ବାଣର ଚାହିଦା ରହିଛି  ଏହି ବାଣର ଆବଶ୍ୟକତାକୁ ନେଇ କେତେକ ଅସାଧୁ ବ୍ୟକ୍ତି  ବେଆଇନ ଭାବେ ବାଣ ତିଆରି କରି ବେଗୁନିଆ ବ୍ଲକ ଅଂଚଳ ସହିତ ଜଟଣୀ,କଳାପଥର,ଖୋର୍ଦ୍ଧା ଆଦି ଅଂଚଳକୁ ବାଣ ପଠାଇ ଲକ୍ଷ ଲକ୍ଷ ଟଙ୍କା ଲାଭବାନ ହେଉଛନ୍ତି । ବେଗୁନିଆ ବ୍ଲକ ଅଂଚଳର ପଙ୍ଗାରସିଂହ,ଲେଖନପୁର ,କଣ୍ଟାବାଡ, ସିକୋ ଆଦି ଗ୍ରାମରେ ବେଆଇନ ଭାବେ ବାଣ ତିଆରି କାରଖାନା ଚାଲୁଛି । ପୂର୍ବରୁ ବାଣ ତିଆରି ବେଳେ ଅଘଟଣ ଘଟି ସିକୋରେ ୬ଜଣ,ଲେଖନପୁରରେ ଜଣେ, ପଙ୍ଗାରସିଂହରେ ଜଣେ ମୃତାହତ ହୋଇଥିବା ବେଳେ ବିଗତ ବର୍ଷ କଣ୍ଟାବାଡରେ ବାଣ ବିସ୍ପୋରଣ ଘଟି ଛାତଘର ଭାଙ୍ଗି ପଡିଥିଲା ।

LEAVE A REPLY

Please enter your comment!
Please enter your name here