୨୪ ଘଂଟାରେ ୩ଲକ୍ଷ ୧୪ ହଜାର ୮୩୫ ଆକ୍ରାନ୍ତ ଚିହ୍ନଟ, ୨ହଜାର ୧୦୪ ଜଣଙ୍କ ମୃତ୍ୟୁ

0
9

ଦୈନିକ କରୋନା ସଂକ୍ରମଣରେ ରେକର୍ଡ ଭାଙ୍ଗିଲା ଭାରତ । ଭାରତରେ ଗତ ୨୪ ଘଂଟାରେ ୩ ଲକ୍ଷ ୧୪ ହଜାର ୮୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି କରୋନା ଆସିବା ଦିନଠାରୁ ସାରା ବିଶ୍ୱରରେ କୌଣସି ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ ସଂଖ୍ୟା । ଏହା ପୂର୍ବରୁ ଆମେରିକାରେ ଜାନୁଆରୀ ୭ରେ ଗୋଟିଏ ଦିନରେ ସର୍ବାଧିକ ୩ଲକ୍ଷ ୭ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।ସେହିପରି ଭାରତରେ ଗତ ୨୪ ଘଂଟାରେ ୨ ହଜାର ୧୦୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୮୪ ହଜାର ୬୫୭ରେ ପହଁଚିଛି । ଦିନକରେ ୧ ଲକ୍ଷ ୭୮ ହଜାର ୮୪୧ ଜଣ ସୁସ୍ଥ ହୋଇଛନ୍ତି । ଏବଂ ଦେଶରେ ଏବେ ୨୨ ଲକ୍ଷ ୯୧ ହଜାର ୪୨୮ ସକ୍ରିୟ ସଂକ୍ରମିତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here