କାୟା ମେଲାଉଛି କରୋନା

0
329

କାୟା ମେଲାଉଛି କରୋନା । ଦିନକୁ ଦିନ କରୋନା ଭାଇରସ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ବର୍ତମାନ ସୁଦ୍ଧା ୩୬୦ଜଣଙ୍କର ଜୀବନ ଯାଇଥିବାବେଳେ ଚୀନରେ ବହୁସଂଖ୍ୟାରେ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଭାଇରସ ଭାରତରେ ନିଜର ସ୍ଥିତି ଜାହିର କରୁଥିବାବେଳେ ଆହୁରି ୧୮ଟି ଦେଶକୁ ଅକ୍ତିଆର କରିବାକୁ ବସିଲାଣି । ଚୀନରେ ଗତ ୨୪ ଘଂଟାରେ ୫୪ଜଣଙ୍କର ପ୍ରାଣ ନେଲାଣି କରୋନା । ତେବେ କରୋନା ଭାଇରସର ଲକ୍ଷଣ, ନିରାକରଣ ଉପରେ ଆସନ୍ତୁ ନଜର ପକାଇବା ।

କରୋନା ହେଉଛି ଏକ ପ୍ରକାର ଇନ୍‌ଫ୍ଲୁଏଞ୍ଜା ବର୍ଗର ଭାଇରସ୍ । ଯାହାକି ଥଣ୍ଡା, କଫ୍‌, ଛାତି ଇନ୍‌ଫେକ୍ସନ ଭଳି ରୋଗ କରାଇଥାଏ । ଏହି ଭାଇରସ୍ ପ୍ରଥମେ ଶ୍ୱାସନଳୀକୁ ପ୍ରବାହ ହୋଇଥାଏ । ଫଳରେ ଛାତିରେ କଫ ଜମିବା ସହ ଥଣ୍ଡା ଓ କାଶ ହୋଇଥାଏ । ଏହି ଭାଇରସ୍ ମଣିଷ ଅପେକ୍ଷା ପଶୁପକ୍ଷୀଙ୍କୁ ବେଶି ସଂକ୍ରମିତ ହୋଇଥାଏ । ସାପ, ସରୀସୃପ ଜାତୀୟ ପ୍ରାଣୀ, ବାଦୁଡୀଙ୍କୁ ଶୀଘ୍ର ସଂକ୍ରମିତ ହୋଇଥାଏ । ଏହା ପଶୁ ଠାରୁ ମଣିଷକୁ ବ୍ୟାପିଥିବାବେଳେ ମଣିଷରୁ ମଣିଷକୁ ମଧ୍ୟ ବ୍ୟାପିଥାଏ ।

ଲକ୍ଷଣ- ଆସନ୍ତୁ ଜାଣିବା କରୋନାର ଲକ୍ଷଣ ଉପରେ । କରୋନା ଭାଇରସ୍‌ରେ ଯେଉଁ ଲକ୍ଷଣ ସବୁ ଦେଖାଯାଏ ତାହା ଅତ୍ୟନ୍ତ ସାଧାରଣ । ଫଳରେ ଅନେକ ଲୋକ ଏହାକୁ ଚିହ୍ନି ନପାରି ଅବହେଳା କରିଥାନ୍ତି । ଏହ ରୋଗଟି ବିକଟାଳ ରୂପ ଧାରଣ କରିଥାଏ । ଏହି ରୋଗ ହେଲେ ଥଣ୍ଡା, କାଶ, କଫ ସହ ଜ୍ୱର ହେବା, ଥକା ଲାଗିବା, ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବା, ତଂଟି ପଡିଯିବା, ବାନ୍ତି ହେବା ସହ ନିମୋନିଆ ହେବାର ମଧ୍ୟ ବହୁତ ଆଶଙ୍କା ଥାଏ ।

ମୁକାବିଲା– ଦେଖିଲେ ତ କରୋନା ରୋଗର ଲକ୍ଷଣ ସବୁ । ଏବେଠୁ ଆପଣମାନେ ସର୍ତକ ହୋଇଯାଆନ୍ତୁ ।ତେବେ ଆସନ୍ତୁ ଜାଣିବା ଏହି ରୋଗକୁ କେମିତି କରିବେ ମୁକାବିଲା । କରୋନା ଭାଇରସ ଚାରିଆଡେ ବ୍ୟାପୁଥିବାରୁ ଏହାକୁ ରୋକିବା ପାଇଁ ପଦକ୍ଷେପ ନେବା ନିହାତି ଆବଶ୍ୟକ । ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ଗାଇଡ ଲାଇନ୍ ଜାରୀ କରାଯାଇଛି । ପ୍ରଥମେ ରୋଗୀଙ୍କ ଲକ୍ଷଣ ଉପରେ ଧ୍ୟାନ ଦିଅନ୍ତୁ । ଥଣ୍ଡା କଫ କିମ୍ବା କାଶ ହେଲେ ନିକଟସ୍ଥ ଡାକ୍ତରଙ୍କ ପାଖକୁ ନେଇ ଯାଆନ୍ତୁ । ଯେଉଁଠାରେ ଏହି ରୋଗ ବ୍ୟାପୁଛି ସେହି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଖାଇବା ପୂର୍ବରୁ ଭଲଭାବେ ହାତ ଧୁଅନ୍ତୁ । ଯଦି କାହା ସହ ହାତ ମିଳାଉଛନ୍ତି ସାବୁନରେ ହାତ ଧୁଅନ୍ତୁ । ମୁହଁରେ ମାସ୍କ ଲଗାନ୍ତୁ । ହାତରେ କିମ୍ବା ଆଙ୍ଗୁଳିରେ ଆଖି, ନାକ ଓ ପାଟିକୁ ବାରମ୍ବାର ଛୁଅନ୍ତୁ ନାହିଁ । ସାର୍ବଜନୀନ ସ୍ଥାନ କିମ୍ବା ବସ୍‌, ଟ୍ରେନ୍‌ରେ ଅନାବଶ୍ୟକ ସ୍ଥାନକୁ ଛୁଅନ୍ତୁ ନାହିଁ ।

ଚିକିତ୍ସା- ଜାଣିଲେ ତ କେମିତି କରୋନା ବ୍ୟାପୁଛି । ତେବେ ଚାଲନ୍ତୁ ଜାଣିବା କରୋନାର ଚିକିତ୍ସା ସର୍ମ୍ପକରେ । ଏହି ଭୂତାଣୁକୁ ମାରିବା ପାଇଁ ଏପର୍ଯ୍ୟନ୍ତ କୌଣସୀ ଆଂଟି ଭାଇରାଲ ଡ୍ରଗ ବାହାରି ନାହିଁ । ରୋଗୀଙ୍କୁ କେବଳ ସର୍ପୋଟିଭ୍ ଟିଟ୍‌ମେଂଟ କରାଯାଉଛି । ଜ୍ୱର ପାଇଁ ଓøଷଧ ଦିଆଯାଉଥିବାବେଳେ ଭେଂଟିଲେଟର ଦ୍ୱାରା ଅମ୍ଳଜାନ ସ୍ତରକୁ ସଠିକ୍ କରାଯାଉଛି । ଅନ୍ୟାନ୍ୟ କାଶ, କଫ ଓ ବାନ୍ତି ପାଇଁ ଆଂଟି ବାୟୋଟିକ୍ ଦିଆଯାଉଛି ।

ଜାଣିଲେ କରୋନାର କାରଣ, ଲକ୍ଷଣ ଏବଂ ନିରାକରଣ ସର୍ମ୍ପକରେ । ତେବେ ଏବେ ଠାରୁ ଆପଣ ମାନେ ନିଜେ ସର୍ତକ ହେବା ସହ ଅନ୍ୟମାନଙ୍କୁ ସର୍ତକ କରାନ୍ତୁ । ବ୍ୟୁରୋ ରିପୋର୍ଟ ଆଚିଭର ନ୍ୟିୁଜ୍ ।

LEAVE A REPLY

Please enter your comment!
Please enter your name here