କରୋନା : ଚୀନରେ ୨୪ ଘଣ୍ଟା ମଧ୍ୟରେ ୫୪ମୃତ, ମୃତ୍ୟୁ ସଂଖ୍ୟା ୩୬୦ରେ ପହଞ୍ଚିଲା

0
152

ନିୟନ୍ତ୍ରିତ ହେଉ ନାହିଁ କରୋନା ଭାଇରସ୍ । ଚୀନରେ ୨୪ ଘଂଟା ମଧ୍ୟରେ ୫୪ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ମୃତକଙ୍କ ସଂଖ୍ୟା ୩୬୦ରେ ପହଁଚିଥିବା ଜଣାପଡିଛି । ଚୀନର ହୁବେଇ ସହର କରୋନା ଭାଇରସର ପେଣ୍ଠସ୍ଥଳି ପାଲଟିଥିବାବେଳେ ଚୀନରେ ବାସ କରୁଥିବା ବିଦେଶୀମାନେ କରୋନା ଭୟରେ ସ୍ୱଦେଶକୁ ଫେରିଯାଉଥିବା ଦେଖିବାକୁ ମିଳିଛି । ସେପଟେ ଧୀରେ ଧୀରେ ଫିଲିପାଇନ୍ସ, ନ୍ୟୁଜିଲାଣ୍ଡ, ଭାରତ ଭଳି ୧୮ଟି ଦେଶକୁ କରୋନା ଭାଇରସ୍ ବ୍ୟାପିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here