୨୪ ଘଣ୍ଟା ମଧ୍ୟରେ ୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ

0
51

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ‌ସେମାନଙ୍କ ମଧ୍ୟରୁ ୪୯ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୩୩ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୫୪୮ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୨ ହଜାର ୭୩୩ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୮୫୩ ଜଣ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୩ ଜଣ, ବରଗଡ଼ରୁ ୬ ଜଣ, ବଲାଙ୍ଗୀରରୁ ୫ ଜଣ, କଟକରୁ ୫ ଜଣ, ଦେଓଗଡ଼ରୁ ୩ ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ୨ ଜଣ, ଯାଜପୁରରୁ ୩ ଜଣ, ଝାରସୁଗୁଡ଼ାରୁ ୨ ଜଣ, କଳାହାଣ୍ଡିରୁ ଜଣେ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୫ ଜଣ, ମୟୂରଭଞ୍ଜରୁ ୫ ଜଣ, ନୂଆପଡ଼ାରୁ ଜଣେ, ପୁରୀରୁ ୨ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ୭ ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୧୫ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here