:ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ପ୍ରାୟ ଏକ ମାସ ପରେ ଫେବ୍ରୁଆରୀ ୨୦ତାରିଖରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୪ହଜାର ପାଖାପାଖି ହୋଇଥିବା ବେଳେ ଗତ ଦୁଇ ଦିନ ହେଲା ଏହି ସଂଖ୍ୟା ୧୪ହଜାର ଉପରେ ରହୁଛି । ଗତ ୨୪ ଘଂଟାରେ ଦେଶରେ ୧୪ହଜାର ୧୯୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୫ହଜାର୮୫୦ରେ ପହଁଚିଛି । ଏଥିସହ ୮୩ଜଣଙ୍କ ଜୀବନ ନେଇଛି ଘାତକ ମହାମାରୀ । ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ହଜାର ୩୬୮ରେ ଥିବା ବେଳେ ୧ କୋଟି ୬ଲକ୍ଷ ୯୯ ହଜାର ୪୧୦ଜଣ ସୁସ୍ଥ ହୋଇଛନ୍ତି ।ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ସରକାର ସବୁ ରାଜ୍ୟ ଗୁଡିକୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରି କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଆରଟିପିସିଆର ଟେଷ୍ଟ ସଂଖ୍ୟା ବୃଦ୍ଧି କରିବା ସହ ସଂକ୍ରମଣ ବଢୁଥିବା ଅଂଚଳ ଗୁଡିକରେ ସର୍ଭିଲାନ୍ସ ଓ କଂଟେନମେଂଟ ନୀତି ଆପଣାନ୍ତୁ ବୋଲି ସରକାର କହିଛନ୍ତି ।ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ଛତିଶଗଡରେ ଯେଭଳି ଦ୍ରୁତ ସଂକ୍ରମଣ ଚାଲିଛି ସେଥିରୁ ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ନେଇ ସନ୍ଦେହ ବଢିବାରେ ଲାଗିଛି । ଏବେ ଦେଶରେ ଦୈନିକ ସଂକ୍ରମଣ ମାମଲାରୁ କେବଳ ୭୪ ପ୍ରତିଶତ କେରଳ ଏବଂ ମହାରାଷ୍ଟ୍ରରୁ ଆସୁଛି ।ମହାରାଷ୍ଟ୍ରର ସ୍ଥିତି ସବୁଠୁ ଅଧିକ ଉଦବେଗଜନକ ରହିଛି । ରାଜ୍ୟରେ ୬ରୁ ୧୨ ଫେବ୍ରୁଆରୀ ମଧ୍ୟରେ ୨୦ ହଜାର ୫୯୦ ମାମଲା ଆସିଛି । ଏହା ସହ ଗତ ୨୪ଘଂଟାରେ ମହାରାଷ୍ଟ୍ରରେ ୬ହଜାର ୯୭୧ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ଲକ୍ଷ ୮୮୪ରେ ପହଂଚିଛି । ସବୁଠାରୁ ଅଧିକ ସହଂକ୍ରମିତ ଚିହ୍ନଟ ହୋଇଥିବା ଅମରାବତୀ ଓ ଅଚଳପୁରରେ ସୋମବାର ମଧ୍ୟ ରାତ୍ରରୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ପୁଣେରେ ମଧ୍ୟ ଆଜିଠୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ନିୟମ କରାଯାଇଛି । ସେପଟେ କେରଳରେ ବଢୁଥିବା ସଂକ୍ରମଣକୁ ନଜରରେ ରଖି କର୍ଣ୍ଣାଟକ, କେରଳ ସୀମାକୁ ବନ୍ଦ କରିଦିଆଯାଇଛି ।ଦେଶରେ ଜାନୁଆରୀ ୨୯ ତାରିଖରେ ୧୮ ହଜାର ୮୫୫ ସଂକ୍ରମଣ ମାମଲା ଆସିଥିଲା । ଏହାପରେ ନିୟମିତ ମାମଲାରେ ହ୍ରାସ ଦେଖା ଦେଇଥିଲା । ଦେଶରେ କରୋନା ଟିକାକରଣ ଜୋରଦାର ହୋଇଥିବାରୁ ଭୂତାଣୁ ନିୟନ୍ତ୍ରଣକୁ ଚାଲିଆସିଥିବା ଅନୁମାନ କରାଯାଉଥିଲା । କିନ୍ତୁ ଗତ ଗୋଟିଏ ସପ୍ତାହରେ ସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି ।
Latest article
ବାଲାକୋଟ୍ ବିମାନ ଆକ୍ରମଣ ପରେ ଜାତୀୟ ନିରାପତ୍ତା ଉପଦେଷ୍ଟା
ନୂଆଦିଲ୍ଲୀ: ୨୦୧୯ ଫେବ୍ରୁଆରି ୨୬ ତାରିଖ ପାହାନ୍ତା ୩:୪୫ରେ ବାଲାକୋଟ୍ ବିମାନ ଆକ୍ରମଣ ପରେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍ଙ୍କ ପାଖକୁ ଫୋନରେ ବାର୍ତ୍ତା ଆସିଲା- ମାଙ୍କଡ଼ ମରା ହେଲା।ସ୍ୱତନ୍ତ୍ର ‘ଆର୍ଏଏକ୍ସ’...
ରାଜ୍ୟରେ ଅଧିକାଂଶ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ
ଭୁବନେଶ୍ବର: ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଶୁକ୍ରବାର ‘ଭାରତ ବନ୍ଦ’ ଡାକରା ଦିଆଯାଇଥିବା ବେଳେ ରାଜ୍ୟରେ ଅଧିକାଂଶ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଛି।ଠିକ୍ ସେହିପରି କଟକ, ଭୁବନେଶ୍ବର, ବାଲେଶ୍ବର,...
ସାତ ମାଓ କ୍ୟାମ୍ପ ଧ୍ୱସ୍ତ
ମାଲକାନଗିରି: ସାତ ମାଓ କ୍ୟାମ୍ପ ଧ୍ୱସ୍ତ। ସୁରକ୍ଷା କର୍ମୀଙ୍କ ଲଗାତାର ତିନି ଦିନର ଅପରେସନରେ ସାତଟି ମାଓ ଶିବିର ଧ୍ୱସ୍ତ ହୋଇଥିବା ଜଣାଯାଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଏବଂ କାଙ୍କେର...