ଆଜି ପୁଣି ରାଜ୍ୟରେ ୧୧ ଜଣଙ୍କ ମୁଣ୍ଡ ନେଲା ମହାମାରୀ

0
6

ଭୁବନେଶ୍ୱର : ଆଜି ପୁଣି ରାଜ୍ୟରେ ୧୧ ଜଣଙ୍କ ମୁଣ୍ଡ ନେଲା ମହାମାରୀ । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ନିୟମିତ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ସମସ୍ତ ରେକର୍ଡ଼ ଭାଙ୍ଗି ଦୈନିକ ସଂକ୍ରମଣ ୧୦ ହଜାର ଟପିଥିବା ବେଳେ ଆଜି କରୋନାରେ୧୧ ଜଣ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୫୪କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୪, ସୁନ୍ଦରଗଡ଼ରୁ ୨ ଏବଂ ବୌଦ୍ଧ, କଳାହାଣ୍ଡି, କୋରାପୁଟ, ପୁରୀ, ରାୟଗଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।ଏହା ସହିତ ରାଜ୍ୟରେ କରୋନାର ଦୈନିକ ସଂକ୍ରମଣର ସମସ୍ତ ରେକର୍ଡ ଭାଙ୍ଗିଛି କରୋନା । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୪୧୩ ପଜିଟିଭ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୭ ଶହ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକରୁ ୮୨୮, ପୁରୀରୁ ୫୩୩, ବରଗଡ଼ରୁ ୫୧୧, ଝାରସୁଗୁଡ଼ାରୁ ୪୪୨, ସମ୍ବଲପୁରରୁ ୪୨୬, ନୂଆପଡ଼ାରୁ ୪୧୮, ଅନୁଗୁଳରୁ ୩୯୨, ନବରଙ୍ଗପୁରରୁ ୩୭୮, କଳାହାଣ୍ଡିରୁ ୩୭୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୩୩୨, ମୟୂରଭଞ୍ଜରୁ ୨୪୭, ଗଞ୍ଜାମରୁ ୨୩୨, ନୟାଗଡ଼ରୁ ୨୧୮ ଓ ରାୟଗଡ଼ାରୁ ୨୦୦ ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେପଟେ ଆଜିଠାରୁ ପୁଣି ଆରମ୍ଭ ହୋଇଛି ସପ୍ତାହାନ୍ତ ସଟଡାଉନ୍ । ସକାଳ ୬ଟାରୁ ଲାଗୁ ହୋଇଛି କଟକଣା । କରୋନା ସଂକ୍ରମଣକୁ ବ୍ରେକ୍ ଦେବାକୁ ଏହି ସଟଡାଉନ୍ କାର୍ଯ୍ୟକାରୀ କରିଛନ୍ତି ସରକାର । କରୋନାର ଦ୍ୱିତୀୟ ଲହର ଭୟଙ୍କର ହେଉଥିବା ବେଳେ ସଂକ୍ରମଣ ହାର ହ୍ରାସ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ପୁଣି ନିଆଯାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳ ପାଇଁ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରାଯାଇଛି। ଗତ ଶନିବାର ଓ ରବିବାର ମଧ୍ୟ ସପ୍ତାହାନ୍ତ ସଟଉନ୍ ରହିଥିଲା। ତେବେ ଏହି ସଟଡାଉନ ଘୋଷଣା ପରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ କଡ଼ାକଡ଼ି ଚେକିଂ ଓ ବ୍ଲକିଂ ଚାଲିଛି। ଅମାନିଆଙ୍କୁ ଜଗିବାକୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ସଟାଡାଉନ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ।ତେବେ ଏହି ସପ୍ତାହାନ୍ତ ଦୁଇ ଦିନ ସଟଡାଉନ ମଧ୍ୟରେ ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଲୋକଙ୍କୁ ପ୍ରାତଃଭ୍ରମଣ ଏବଂ ସାଇକେଲିଂ ପାଇଁ ୧ ଘଣ୍ଟା ଛାଡ଼ କରାଯାଇଛି। ସଟଡାଉନରେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସବୁ କାର୍ଯ୍ୟକ୍ରମ ବନ୍ଦ ରହିବ। ଏହି ସମୟରେ ଘରୁ ଲୋକଙ୍କୁ ନବାହାରିବାକୁ ନିବେଦନ କରିଛି ପୋଲିସ।

LEAVE A REPLY

Please enter your comment!
Please enter your name here