କମ୍ ବ୍ୟାକ୍ କିଙ୍ଗ ଖାନ୍‌

0
196
BBM
BBM

ଆଚିଭରର୍ସ ନ୍ୟୁଜ୍‌: ପୁଣି ପରଦାକୁ ଫେରୁଛନ୍ତି ବଲିଉଡ କିଙ୍ଗ ଶାହାରୁଖ ଖାନ୍ । ୨୦୧୮ ମସିହାରେ ଆସିଥିବା ଫିଲ୍ମ ଜିରୋ ପର ଠାରୁ ଆଉ କୌଣସୀ ଫିଲ୍ମରେ ନଜର ଆସି ନାହାଁନ୍ତି । ହେଲେ ଏବେ ଶେରଶାହାରେ ପୁଣି ଶାହାରୁଖ ଖାନ୍ କମ୍ ବ୍ୟାକ୍ କରୁଥିବା ଜଣାପଡିଛି । ଏହି ଫିଲ୍ମଟି କାରଗିଲ ଯୁଦ୍ଧର ହିରୋ କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ବାୟୋପିକ୍ । କ୍ୟାପଟେନ୍ ବିକ୍ରମ ଓ ତାଙ୍କ ଯାଆଁଳା ଭାଇ ବିଶାଲ ବତ୍ରାଙ୍କ ଭୂମିକାରେ ସିଦ୍ଧାର୍ଥ ମାଲହୋତ୍ରା ଓ ଶାହାରୁଖ ନଜରରେ ଆସିବେ । ଅଭିନେତ୍ରୀ କିୟାରା ଆଡଭାନୀ ଫିଲ୍ମରେ ବିକ୍ରମଙ୍କ ଭାବି ପତ୍ନୀ ଭୂମିକାରେ ଅଭିନୟ କରିବେ । ତେବେ ଫିଲ୍ମରେ ଶାହାରୁଖଙ୍କର ରୋଲ ଛୋଟ ଥିଲେ ବି ଏହା ବହୁତ ପ୍ରଭାବଶାଳୀ ହେବ । ଏହି ଫିଲ୍ମର ଫାଷ୍ଟ ଲୁକ୍ ମଧ୍ୟ ରିଲିଜ୍ ହୋଇ ସାରିଛି । ଫିଲ୍ମରେ ଦର୍ଶକ ୧୯୯୯ ମସିହାର କାରଗିଲ୍ ଯୁଦ୍ଧର କାହାଣୀ ଦେଖିବାକୁ ପାଇବେ । ଜାଭେଦ ଜାଫ୍ରୀ,ହିମାଂଶୁ ମଲହୋତ୍ରା ଓ ପରେଶ ରାୱଲ ମଧ୍ୟ ନଜର ଆସିବେ । ଏହି ଫିଲ୍ମଟି ଜୁଲାଇ ୩ରେ ପରଦାକୁ ଆସୁଥିବା ବେଳେ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି କରଣ ଜୋହର ଓ ଶବୀର ବକ୍ସବାଲା ।

LEAVE A REPLY

Please enter your comment!
Please enter your name here