ଇତିହାସ ରଚିଲା କଟକ ଏସସିବି ମେଡିକାଲ

0
345

ଇତିହାସ ରଚିଲା କଟକ ଏସସିବି ମେଡିକାଲ । ପ୍ରଥମ ଥର ପାଇଁ ବିରଳ କାଡାଭେରିକ୍ ଟ୍ରାନ୍ସପ୍ଲାଂଟର ସଫଳ ଅସ୍ତ୍ରୋପଚାର ହୋଇଛି । ଚନାନୂସାରେ ମୃତ ବ୍ୟକ୍ତିର ଅଙ୍ଗକୁ ଅନ୍ୟ ଜଣଙ୍କ ଠାରେ ପ୍ରତିରୋପଣ କରାଯିବା ବ୍ୟବସ୍ଥାକୁ କାଡାଭେରିକ୍ ଟ୍ରାନ୍ସପ୍ଲାଂଟ କୁହାଯାଏ । ଏମିତି ଅସ୍ତ୍ରୋପଚାର ଅନ୍ୟ ରାଜ୍ୟ ମାନଙ୍କରେ ହୋଇଥିବାବେଳେ ଏସିବିରେ ପ୍ରଥମ ଥର ପାଇଁ ଏହା କରାଯାଇଛି । ସୂଚନାନୂଯାୟୀ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳର ପ୍ରିୟଙ୍କା ରାଉତ ଗୁରୁତର ଅବସ୍ଥାରେ ଏକ ଘରୋଇ ମେଡିକାଲରେ ଭର୍ତୀ ହୋଇଥିଲେ । ସୋମବାର ଦିନ ହସ୍ପିଟାଲ ପକ୍ଷରୁ ମୃତ ଘୋଷଣା କରାଯାଇଥିଲା । ପରେ ପ୍ରିୟଙ୍କାଙ୍କ ପରିବାର ଲୋକ ଝିଅ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକୁ ଦାନ କରିବାକୁ ଘୋଷଣା କରିଥିଲେ । ଏନେଇ ଘରୋଇ ମେଡିକାଲ କର୍ତୃପକ୍ଷଙ୍କୁ ଜଣାଇବା ପରେ କାଡାଭେରିକ୍ ଟ୍ରାନ୍ସପ୍ଲାଟ ବ୍ୟବସ୍ଥାରେ ପ୍ରିୟଙ୍କାଙ୍କ କିଡିନ୍‌କୁ ଅନ୍ୟ ଜଣଙ୍କ ବ୍ୟକ୍ତିର ଶରୀରରେ ସ୍ଥାପନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କଟକ ବଡ ମେଡିକାଲକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ପୁରା ପ୍ରକ୍ରିୟା । ଗତକାଲି ବିଳମ୍ବିତ ରାତିରେ କଟକ ବଡ ମେଡିକାଲର ଏକ ଡାକ୍ତରୀ ଟିମ୍ ଆପୋଲ ହସ୍ପିଟାଲରେ ପହଁଚି ପ୍ରିୟଙ୍କାଙ୍କ ଶରୀରରୁ କିଡନୀ ବାହାର କରିଆଣିଥିଲେ । ପରେ ଏକ ବିଶେଷଜ୍ଞ ଟିମ୍ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କର ଶରୀରରେ ପ୍ରତିରୋପଣ କରିଥିଲେ । ତେବେ ଏଥିପାଇଁ ୭ଘଂଟାରୁ ଉର୍ଦ୍ଧ୍ୱ ସମୟ ଲାଗିଥିବା ଜଣାପଡିଛି । ଜଣେ ଲୋକର ବ୍ରେନ ଡେଡ୍‌ ହେବାର ୬ଘଂଟା ମଧ୍ୟରେ ଉକ୍ତ ବ୍ୟକ୍ତିଙ୍କ ଅଙ୍ଗ ଗୁଡିକୁ ବାହାର କରି ତୁରନ୍ତ ଅନ୍ୟ ଜଣଙ୍କ ଶରୀରରେ ପ୍ରତିରୋପଣ କରିବାର ବ୍ୟବସ୍ଥା କରାଯାଇଥାଏ । ଅନ୍ୟ ରାଜ୍ୟ ମାନଙ୍କରେ ଏହା ହୋଇ ସାରି୍‌ଥିବାବେଳେ ଆମ ରାଜ୍ୟରେ ଏହା ପ୍ରଥମ ।  ସାଧାରଣତଃ ଆମ ରାଜ୍ୟରେ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଲୋକଙ୍କ ମାନସିକତା ଏବେ ବି ବହୁ ଦୂରରେ । ତେଣୁ ଗୋଟିଏ ଅଙ୍ଗ ପାଇଁ ମଧ୍ୟ ଅନେକ ଲୋକଙ୍କ ଜୀବନ ଯାଉଛି । ତେବେ ଏପରି ମାନସିକତା ବଦଳିଲେ ହିଁ କିଛି ଜୀବନ ବଂଚି ଯାଆନ୍ତା ଆଉ ରାଜ୍ୟର ଚିକିତ୍ସା କ୍ଷେତ୍ରରେ ଆହୁରି ସଫଳତା
ମିଳିପାରନ୍ତା ବୋଲି ଆଶା କରାଯାଉଛି । ବ୍ୟରୋ ରିପୋର୍ଟ ଆଚିଭର ନ୍ୟିୁଜ୍ ।

 

LEAVE A REPLY

Please enter your comment!
Please enter your name here