ଓଲଟିଲା ବସ୍‌

0
283
abc
abc

ନବରଙ୍ଗପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତୀ କରାଯାଇଛି । ସୂଚନାନୂସାରେ ଏକ ଘରୋଇ ଯାତ୍ରୀ ବାହି ବସ୍ କୋରାପୁଟ୍ ଜିଲ୍ଲା ଜୟପୁରରୁ ଚନ୍ଦାହାଣ୍ଡି ଅଭିମୁଖେ ଯାଉଥିବାବେଳେ ପାପଡାହାଣ୍ଡି ଥାନା ମୃଗ ବିହାର ନିକଟରେ ଗାଡି ସାମ୍ନାକୁ ଗାଈଟିଏ ଚାଲି ଆସି ବାରୁ ଚାଳକ ବ୍ରେକ ମାରିଥିଲେ । ଫଳରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଘଟଣାସ୍ଥଳରେ ହିଁ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଁଚି ଗୁରୁତରଙ୍କୁ ପାପଡାହାଣ୍ଡି ମେଡିତକାଲରେ ଭର୍ତୀ କରିଥିଲେ । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here