ବସ୍‌ ପଡ଼ିଯିବାରୁ ଇଣ୍ଡୋନେସିଆରେ ୨୭ ଯାତ୍ରୀ ମୃତ

0
17

ଜାକର୍ତା: ବ୍ରେକ୍‌ ଫେଲ୍‌ ହୋଇଯିବାରୁ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ପର୍ଯ୍ୟଟକ ବସ୍‌ ଖାଇରେ (ଅଣଓସାରିଆ ସୁଗଭୀର ଜଳସ୍ରୋତ) ପଡ଼ିଯିବାରୁ ଅନ୍ୟୂନ ୨୭ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୩୯ଜଣ ଆହତ ହୋଇଛନ୍ତି ବୋଲି ଗୁରୁବାର ଦିନ ପୁଲିସ ଏବଂ ଉଦ୍ଧାରକାରୀମାନେ କହିଛନ୍ତି।ଉକ୍ତ ବସ୍‌ରେ ଇସ୍‌ଲାମିକ୍‌ ଜୁନିୟର୍‌ ହାଇସ୍କୁଲ୍‌ର ଦଳେ ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନେ ଥିଲେ। ପଶ୍ଚିମ ଜାଭା ପ୍ରାଦେଶିକ ସହର ସୁବଙ୍ଗରୁ ସେମାନଙ୍କୁ ନେଇ ଆସିଥିବା ବସ୍‌ଟି ବିଳମ୍ବିତ ବୁଧବାରେ ପାହାଡ଼ ଉପରକୁ ଉଠିବା ନିମନ୍ତେ ଥିବା ଚକ୍ରାକାର ରାସ୍ତାରେ ଯିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ସ୍ଥାନୀୟ ପୁଲିସ ମୁଖ୍ୟ ଏକୋ ପ୍ରାସେତ୍ୟୋ ରୋବିୟାଣ୍ଟୋ କହିଛନ୍ତି।

LEAVE A REPLY

Please enter your comment!
Please enter your name here