ବଜେଟ୍‌ 2020: ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ 70 ହଜାର କୋଟି ବ୍ୟୟବରାଦ

0
430

ଚଳିତ ଆର୍ଥିକ ବର୍ଷରେ 5 ପ୍ରତିଶତ ଅଭିବୃଦ୍ଧି ହାରର ସମ୍ଭାବନା ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ଦ୍ୱିତୀୟ ସାଧାରଣ ବଜେଟ୍‌ ଲୋକସଭାରେ ଉପସ୍ଥାପନ କରିଛନ୍ତି । ବଜେଟ୍‌ ଆରମ୍ଭରେ ନିର୍ମାଳା ସୀତାରମଣ ସରକାରଙ୍କ ଉପଲବ୍ଧିକୁ ସଂସଦରେ ରଖିଥିଲେ । ସେ କହିଥିଲେ ଯେ ବଜେଟ ଦେଶର ଆଶାକୁ ପୁରୁଣ କରିବ । ଭାରତର ଅର୍ଥବ୍ୟବସ୍ଥାର ମୂଳଦୁଆ ସୁଦୃଢ଼ ରହିଛି । ଜନତାଙ୍କୁ ମୋଦୀ ସରକାରଙ୍କ ଆର୍ଥିକ ନୀତି ଉପରେ ପୁରା ବିଶ୍ୱାସ ରହିଛି । ଏହାସହ ସେ କହିଛନ୍ତି, ଜିଏସଟି ମାଧ୍ୟମରେ ଟ୍ୟାକ୍ସର ଜାଲ ଶେଷ ହୋଇଛି । ଜିଏସଟି ଦେଶର ସବୁଠାରୁ କ୍ରାନ୍ତିକାରୀ ସୁଧାର ହୋଇଛି । ଜିଏସଟି କାରଣରୁ ଲୋକଙ୍କ ପ୍ରତିମାସରେ ଚାରି ପ୍ରତିଶତ ସଞ୍ଚୟ ହେଉଛି ।  ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ସାଧାରଣ ବଜେଟରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଫିଟ୍‌ ଇଣ୍ଡିଆ ମୁଭମେଣ୍ଟକୁ ପ୍ରୋତ୍ସାହନା ଦେବା ପାଇଁ ସରକାର ବଜେଟ୍‌ରେ ବଡ଼ ଘୋଷଣା କରିଛନ୍ତି । ଆୟୁଷ୍ମାନ ଯୋଜନାରେ ଅଧିକ ହସ୍ପିଟାଲକୁ ସାମିଲ କରାଯିବ । ଯାହା ଫଳରେ ଟି2 ଏବଂ ଟି3 ସହର ଗୁଡ଼ିକୁ ସୁବିଧା ପହଞ୍ଚି ପାରିବ । ଏଥିପାଇଁ ପିପିପି ମଡେଲର ସାହାଯ୍ୟ ନିଆଯିବ । ଯେଉଁଥିରେ ଦୁଇଟି ପର୍ଯ୍ୟାୟରେ ହସ୍ପିଟାଲ ଗୁଡ଼ିକୁ ଏହି ଯୋଜନାରେ ସାମିଲ କରାଯିବ । କେନ୍ଦ୍ର ସରକାଙ୍କ ଇନ୍ଦ୍ରଧନୁଷ ମିଶନକୁ ବିସ୍ତାର କରାଯିବ । ମେଡିକାଲ ଡିଭାଇସକୁ ଯେଉଁ ଟିକସ ଆଦୟ ହେଉଛି, ତାକୁ ମେଡିକାଲ ସୁବିଧାକୁ ବୃଦ୍ଧି କରିବାରେ ଖର୍ଚ୍ଚ କରାଯିବ । ଟିବି ବିରୋଧରେ ଦେଶରେ ଅଭିଯାନ ଆରମ୍ଭ କରାଯିବ । ଟିବି ହାରିବ, ଦେଶ ଜିତିବ, ସରକାରଙ୍କ ତରଫରୁ ଦେଶକୁ 2025 ସୁଦ୍ଧା ଟିବି ମୁକ୍ତ କରିବାକୁ ଉଦ୍ୟମ କରାଯିବ । ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା ଅନୁସାରେ ସେଣ୍ଟର୍ସର ସଂଖ୍ୟା ବୃଦ୍ଧି କରାଯିବ । ଏଥି ପାଇଁ ଚଳିତ ବଜେଟ୍‌ରେ ପ୍ରାୟ 70 ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା । 2024 ସୁଦ୍ଧା ସବୁ ଜିଲ୍ଲାରେ ଜନ ଔଷଧ କେନ୍ଦ୍ରକୁ ବିସ୍ତାର କରାଯିବ । ସେହିପରି ବଜେଟ୍‌ରେ ଜନ ଜୀବନ ମିଶନ ପାଇଁ 3.60 ଲକ୍ଷ କୋଟି ଟଙ୍କା ଅନୁମୋଦନ କରାଯାଇଛି । 

LEAVE A REPLY

Please enter your comment!
Please enter your name here