ଚାଲିଛି ବଜେଟ ଉପସ୍ଥାପନ, ଓଡିଶା ପାଇଁ ପେଡି ଖୋଲିବେକି ସୀତାରମଣ ?

0
159

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି। କଣ ରହିବ ଦେଶର ଆର୍ଥିକ ସ୍ଥିତି ତାହାର ପେଡି ଖୋଲୁଛନ୍ତି ସିତାରମଣ। ଏହାକୁ ନେଇ ସାରା ବାରତବାସୀ ଉତ୍ସାହି। କଣ ସଶ୍ତାହେବ ଅନାଇ ବସିଛନ୍ତି। ବଜେଟରେ ଓଡ଼ିଶାକୁ କଣ ମିଳିବ । ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ରାଜ୍ୟ ଯେଉଁଦାବି କରିଛି ତାହା ପୂରଣ କରିବ କି କେନ୍ଦ୍ର । ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଅର୍ଥମିଳିବା ସହ ନୂଆ ରେଳଟ୍ରେନ ମିଳିବକି । ଓଡ଼ିଶା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦେବେ କି ନିର୍ମଳା । ପୁରୀ,କୋଣାର୍କ ସୌନ୍ଦର୍ଯ୍ୟକରଣ ଲାଗି ରାଜ୍ୟ ଯେଉଁ ଅର୍ଥଦାବି କରିଛି ତାହା ଓଡ଼ିଶାକୁ ମିଳିବ କି । କେନ୍ଦ୍ରବଜେଟରେ ଓଡ଼ିଶାର ଚାଷୀମାନଙ୍କ ଭାଗ୍ୟ ଫିଟିବକି । ଏପରି ନାନା ଚର୍ଚ୍ଚା ଆରମ୍ଭ ହୋଇଛି । ଓଡ଼ିଶା ବି ବେଶ ଆଶାଦାବୀ ଅଛି କେନ୍ଦ୍ର ବଜେଟକୁ ନେଇ । କାରଣ କେନ୍ଦ୍ର ବଜେଟକୁ ଦେଖି ରାଜ୍ୟ ତାହାର ବଜେଟ ପ୍ରସ୍ତୁତ କରିବ । ବଜେଟରେ ଓଡ଼ିଶା ୩ଟି ପ୍ରମୁଖ ମୁଦ୍ଧା ଉପରେ ଗୁରୁତ୍ୱ ଦେଇଛି ।
୧- ନୂତନ ଯୋଜନାରେ ଓଡ଼ିଶା କି ଲାଭ ପାଉଛି ?
୨- କେନ୍ଦ୍ର ପବର୍ତ୍ତିତ ଯୋଜନାରେ ଓଡ଼ିଶାର ଅଂଶ କେତେ ?
୩-ଭିତ୍ତିଭୂମି କ୍ଷେତ୍ରରେ କେନ୍ଦ୍ର ୧୦୦କୋଟି ଖର୍ଚ୍ଚ କରୁଥିବା ବେଳେ ଓଡ଼ିଶାର ଭାଗ କେତେ ?
ଏହାସହ ଜିଏସଟି କ୍ଷତି ବାକି ବାବଦକୁ ଓଡ଼ିଶାର ବକେୟା ୨୫୦୦କୋଟି ଦେବାକୁ ଦାବି । ରେଳବାଇ କ୍ଷେତ୍ରରେ ଓଡ଼ିଶା ୬ହଜାର କୋଟି ଟଙ୍କା ମାଗିଥିବ ବେଳେ ୩ଟି ନୂଆ ଲାଇନ ଚଳାଚଳ କରିବାକୁ ଦାବି କରିଛି । ଏହାସହ ଅଧପାନ୍ତର ଭାବେ ପଡ଼ିଥିବା ରେଳ ଳାଇନର ସଂଯୋଗୀକରଣ କରିବା ପାଇଁ ଅଧିକ ଅର୍ଥ ଦେବାକୁ ଓଡ଼ିଶା ଦାବି କରିବ । ତେତେ କେନ୍ଦ୍ର ବଜେଟ ଭଲ ହେବ ବୋଲି ବିଜେପି ନେତା ଗୋଲକ ମହାପାତ୍ର କହିଥିବା ବେଳେ କଂଗ୍ରେସ ବଜେଟ ସେତେଟା ଆଶା ପୂରଣ ହେବା ନାର୍ହି ବୋଲି କହିଛି । ବିଜେଡ଼ି ବଜେଟରେ ଓଡ଼ିଶାକୁ ଅଧିକ ଅର୍ଥ ମିଳିବ ବୋଲି ଆଶା ରଖିଛ ।

LEAVE A REPLY

Please enter your comment!
Please enter your name here