ବିଜେପିରେ ମିଶିଲେ ଜଣେ ଏମିତି ଲୋକର ଝିଅ, ଦେଖନ୍ତୁ…

0
569
bbm
bbm

ଆଚିଭରର୍ସ ନ୍ୟୁଜ୍‌: ବିଜେପିରେ ସାମିଲ ହେଲେ କୁଖ୍ୟାତ ଚନ୍ଦନକାଠ ଦଶ୍ୟୁ ବିରାପନର ଝିଅ ବିଦ୍ୟା ରାନୀ । ବିଦ୍ୟା ରାନୀଙ୍କ ସହିତ ଅନେକ କର୍ମୀ ମାନେ ମଧ୍ୟ ରବିବାର ବିଜେପିରେ ସାମିଲ ହୋଇଛନ୍ତି । କୃଷ୍ଣୋଗିରି ରେ ହେଉଥିବା ଏକ ଦଳୀୟ କାଯ୍ୟକ୍ରମରେ ବିଜେପି ପାର୍ଟୀର ମହାସଚିବ ମୁରଲୀଧର, ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ରାଧାକୃଷ୍ଣ ଏବଂ ଅନ୍ୟ ଲୋକମାନେ ମଧ୍ୟ ଉପସ୍ଥିତିରେ ବିଦ୍ୟା ରାନୀ ଭାରତୀୟ ଜନତା ପାର୍ଟୀରେ ଯୋଗ ଦେଇଛନ୍ତି । ସେ ଜନତାଙ୍କ ସେବା ଲାଗି ପାର୍ଟିରେ ଯୋଗ ଦେଇଛନ୍ତିଏବଂ ତାଙ୍କର ବାପା ଭୁଲ ରାସ୍ତାରେ ଯାଇ ଲୋକଙ୍କ ସେବା କରିବା ପାଇଁ ଚାହୁଁଥିଲେ ବୋଲି ବିଦ୍ୟାରାନୀ ତାଙ୍କ ବକ୍ତବ୍ୟରେ କହିଛନ୍ତି । ସୂଚନାନୂସାରେ ବୀରାପାନ୍ନ ୨୦୦୦ମସିହାରେ କନ୍ନଡ ଅଭିନେତା ରାଜକୁମାର ଏବଂ ୨୦୦୨ମସିହାରେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଏଚ୍‌.ନାଗପ୍ପାଙ୍କର ଅପହରଣ କରିଥିବାବେଳେ ୨୦୦୪ ମସିହାରେ ପୋଲିସ୍ ଏନକାଉଂଟରରେ ତାଙ୍କର ମୃତ୍ୟୁବରଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here