ସିିଲ୍ ହେଲା ପଟିଆ ବିଗ୍ ବଜାର

0
512
BBM
BBM

ଆଚିଭରର୍ସ ନ୍ୟୁଜ୍‌: ସିଲ୍ ହେଲା ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍ ବଜାର ମଲ୍ । ଭୁବନେଶ୍ୱର ମହାନଗର ନିଗମର କମିଶନର ଓ ବରିଷ୍ଠ ଅଧିକାରୀ ଅଧକାରୀଙ୍କ ଉପସ୍ଥିତିରେ ଏହି ସପିଙ୍ଗ ମଲକୁ ସିଲ୍ କରାଯାଇଛି । ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ଅଗ୍ନି ନିର୍ବାପନ ବ୍ୟବସ୍ଥା ଓପାର୍କିଂ ସମସ୍ୟା କାରଣରୁ ଏହି ମଲଟି୍ ବନ୍ଦ କରାଯାଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାନୂସାରେ ମୁଖ୍ୟତଃ ପାର୍କିଂ ସମସ୍ୟା ସୁଧାରିବାକୁ ବିଏମସି ଏବେ ଅଂଟା ଭିଡିଛି । ପାର୍କିଂ ପାଇଁ ଜାଗା ନଥିବାରୁ ଅନେକ ସମୟ ରାଜଧାନୀର ଅନେକ ରୁଟରେ ଭୀଷଣ ଟ୍ରାଫିକ୍ ଜାମ ଲାଗି ରହିବ । ଏହାର ନିୟନ୍ତ୍ରଣ ଲାଗି ସରକାର ପାର୍କିଂ ଜାଗା ନଥିବା ସଂସ୍ଥାକୁ ଯାଂଚ କରିବାକୁ ସ୍କ୍ୱାର୍ଡ ଗଠନ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଥିଲେ । ଏମିତିକି ବିଭିନ୍ନ ମଣ୍ଡପ ଓ ମଲ୍ ମାନଙ୍କରେ ପାର୍କିଂ ବ୍ୟବସ୍ଥା ନଥିବାରୁ ସାମ୍ନାରେ ଗାଡି ଛିଡା ହେଉଥିବାରୁ ରାସ୍ତା ଜାମ୍ ହେଉଛି ଫଳରେ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ଯାତାୟତରେ ସମସ୍ୟା ମଧ୍ୟ ହେଉଥିଲା ।

LEAVE A REPLY

Please enter your comment!
Please enter your name here